ବେଲଗୁଣ୍ଠା,୦୨/୦୬(ପିପିଟି); ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ର ଯୁବ ସାମ୍ବାଦିକ ପଞ୍ଚାନନ ସାହୁଙ୍କର ମାତୃ ବିୟୋଗ ଘଟିଛି । ପଞ୍ଚାନନଙ୍କ ମାତା ରାଜକୁମାରୀ ସାହୁ (୫୭) ଙ୍କର ଶରୀରରେ ହଠାତ୍ ଅମ୍ଳଜାନ ସ୍ତରରୁ କମିଯାଇ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଜକୁମାରୀଙ୍କର ମୃତ୍ୟୁ ଘଟିଥିଲା । ରାଜକୁମାରୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଦ୍ୱିତୀକୃଷ୍ଣ, ପଞ୍ଚାନନ, ବୋହୂ ସୁବାସିନୀ, ପ୍ରଭାସିନୀ,ଝିଅ ରଶ୍ମିତା ଏବଂ ସସ୍ମିତା ଉପସ୍ଥିତି ଥିଲେ । ରାଜକୁମାରୀଙ୍କ ମର ଶରୀରକୁ ନିଜ ଗ୍ରାମ ଶ୍ମଶାନରେ ସମସ୍ତ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସାନ ପୁଅ ପଞ୍ଚାନନ ମୁଖାଗ୍ନି ଦେଇଥିଲେ । ସ୍ଵର୍ଗତା ରାଜକୁମାରୀ ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଗୋବରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାଜକୁମାରୀଙ୍କର ମୃତ୍ୟୁ ଖବର ଶୁଣି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)