ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ ।

ଉଲୁଣ୍ଡା,୧୩/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାପୁର ଗ୍ରାମର ଯୁବ ଶିକ୍ଷକ ଲକ୍ଷ୍ମୀକାନ୍ତ ପୁରୋହିତ (୩୬)ଙ୍କ ଗତକାଲି କଟକ ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ସେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଚମ୍ପାପୁର ଠାରେ ଏକ କୋଚିଂ ସେଣ୍ଟର ମଧ୍ୟ ଖୋଲି ଶିକ୍ଷାଦାନ କରୁଥିଲେ । ଲକ୍ଷ୍ମୀକାନ୍ତ କୋଶଲ ଆନ୍ଦୋଳନ ତଟଜ ବିଭିନ୍ନ ସାମାଜିକ ସାଂସ୍କୃତିକ ସଂଗଠନ ସହ ଜଡିତ ଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment