ଯୁବ ରେଡ୍ କ୍ରସ୍ ତରଫରୁ ସଙ୍ଗରୋଧ କେନ୍ଦ୍ରରେ କରୋନା ସଚେତନତା ।

ବେଲଗୁଣ୍ଠI,୧୮/୦୬(ପିପିଟି); କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ୍ କ୍ରସ୍ ତରଫରୁ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ଦ୍ଵାରା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ କରୋନା ସଚେତନତା କରାଯାଉଛି । ଏ ପର୍ଯ୍ୟନ୍ତ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ବଡ଼ ଦୋଡ଼ଙ୍ଗା ଉଚ୍ଚ ବିଦ୍ୟାଳୟ, ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୁଣିପଡ଼ା ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଡିପୁର ଉଚ୍ଚ ବିଦ୍ୟାଳୟ, କଲେଜ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କୋକୋଳବା ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ପ୍ରବାସୀଙ୍କ ପାଇଁ କରୋନା ସଚେତନତା ଗୀତ, ସଙ୍ଗରୋଧ କେନ୍ଦ୍ରରେ ଏବଂ ଘରକୁ ଫେରିବା ପରେ ଦାୟିତ୍ଵ, କରୋନା ସଂକ୍ରମଣ ଏବଂ ପରିଶେଷରେ ହାତ ଧୁଆ କୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଉଛି । ଏଥିରେ ପ୍ରବାସୀଙ୍କ ଶୁଣିବା ଉତ୍ସୁକତା ଏବଂ ଆଲୋଚନା ପରିଲକ୍ଷିତ ହେଉଛି । ବିଶେଷ ଭାବରେ ସଚେତନତା ଗୀତ ପ୍ରବାସୀଙ୍କ ଉପରେ ବହୁତ ପ୍ରଭାବ ପକାଉଥିବାର ଦେଖା ଦେଇଛି । ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ, ଜିଲ୍ଲା ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ ସାଧୁବାଦ ଜଣାଇଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Comments (0)
Add Comment