ମାଲକାନଗିରି,୦୪/୦୯(ପିପିଟି):ମାଲକାନଗିରି କଲେଜରେ ଯୁବ ରେଡକ୍ରସ୍ ଜିଲ୍ଲା କାର୍ଯ୍ୟକାରିଣୀ ସମିତିର ବୈଠକ–୨୦୨୫ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ଯୁବ ରେଡ୍ କ୍ରସ ପ୍ରତିଷ୍ଠାତା ଜେନ୍ ହେନେରୀ ଡୁନାଣ୍ଟ ଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯୁବ ରେଡ୍ କ୍ରସ ସଂଯୋଜକ ତଥା ସମ୍ପାଦକ ବିଘ୍ନେଶ୍ୱର ପିଡ଼ିସିକା ମାନ୍ୟବର ଅତିଥିମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ପ୍ରଫୁଲ୍ଲ କୁମାର ବିଶ୍ୱାଳ କରିଥିବା ବେଳେ ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଉପାଧ୍ୟକ୍ଷ, ସୋମନାଥ ପ୍ରଧାନ, ମାଲକାନଗିରି କଲେଜ ଅଧ୍ୟକ୍ଷା ତଥା ଯୁବ ରେଡକ୍ରସ୍ ଅଧ୍ୟକ୍ଷା ଶ୍ରୀମତୀ ପ୍ରେମ ରେଖା ଭତ୍ରା ସଭାରେ ସଭାପତିତ୍ବ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ସୁନୀଲ କୁମାର ନାୟକ ଜିଲ୍ଲା ଅଗ୍ନୀଶ୍ରମ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ସୁଶାନ୍ତ ମାଝୀ,ଏଏନଓ ସମର ଶକ୍ଷାର୍ଥୀ ବାହିନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମାଲକାନଗିରି କଲେଜ ପରିସରରେ ଆୟୋଜିତ ଏହି ବୈଠକରେ ମହାବିଦ୍ୟାଳୟର ବହୁ ୱଇଆରଏସ ସଦସ୍ୟ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାଗ ନେଇଥିଲେ । ଏଥିରେ ଜିଲ୍ଲା ଯୁବ ରେଡ କ୍ରସ ତରଫରୁ ଉନ୍ନତି ଦିରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)