ଭଞ୍ଜନଗର, ୦୮/୧୦(ପିପିଟି): ଭଞ୍ଜନଗର ସ୍ଥିତ ବାଉଁଶ ଲୁଣ୍ଡି ଗ୍ରାମର ଜଣେ ଯୁବ କ୍ୟାମେରାମ୍ୟାନଙ୍କର ଅକାଳ ବିୟୋଗ ଘଟିଛି।ସେ ହେଉଛନ୍ତି ଲୋଚନ ପ୍ରଧାନଙ୍କ ପୁତ୍ର ଶ୍ରୀକାନ୍ତ ପ୍ରଧାନ।ମୃତ୍ୟୁ ବେଳକୁ ତାଙ୍କୁ ୨୭ବର୍ଷ ବୟସ ହୋଇଥିଲା।ଦୀର୍ଘ ଦିନ ହେଲା ସେ ରକ୍ତ ହୀନତା ରୋଗର ଶିକାର ଥିଲେ।ଗତ ଶନିବାର ଠାରୁ ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା।ହେଲେ ସୋମବାର ଅପରାହ୍ନରେ ସେ ମୃତ୍ୟୁବରଣ କରିଥିଲେ।ତାଙ୍କ ମର ଶରୀରକୁ ନିଜ ଗ୍ରାମକୁ ଆଣିବା ପରେ ଏଠାରେ ଶବ ସତ୍କାର କରାଯାଇଛି।ଶ୍ରୀକାନ୍ତ ଜଣେ ଶାନ୍ତ ସରଳ ବ୍ୟକ୍ତିତ୍ୱ ହୋଇ ଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରୁଥିଲେ।ସେ ଅନ୍ୟ ମାନଙ୍କ ସହ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଫୋଟ ଓ ଭିଡ଼ିଓ ଉତ୍ତୋଳନ କରୁଥିଲେ।ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଘୁମୁସର ଫୋଟ ଗ୍ରାଫର ଅସୋସିଏସନ, ଭଞ୍ଜନଗର ଓ ଗ୍ରାମବାସୀଙ୍କ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)