କୋଦଳା,୨୮/୧୧(ପିପିଟି): “ଯୁବ ଓଡିଶା ନବୀନ ଓଡିଶା ” କାର୍ଯ୍ୟକ୍ରମ ରେ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ Social work & Activites ର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଲେଜ ଅଧ୍ୟକ୍ଷ ଡ. ଦତ୍ତରାମ ବିଷୋୟୀଙ୍କ ତତ୍ବବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରୋଗ୍ରାମ ଅଫିସର ସୁଦର୍ଶନା ପ୍ରଧାନ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ପ୍ରଧ୍ୟାପକ ହୃଷିକେଶ ପ୍ରହରାଜଙ୍କ ଉପସ୍ଥିତିରେ ଆସିଥିବା ସମସ୍ତ ଚକ୍ଷୁ ରୋଗୀ ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଏହାକୁ ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ସୁନିତା କୁମାରୀ ପାଣ୍ଡୀ, ସମୀର ପରିଡା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ବ୍ରହ୍ମପୁର ର ବରିଷ୍ଠ ଡ.ରାଜେନ୍ଦ୍ର ଗୌଡ଼ ଓ ସହଯୋଗୀ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ଓ ଛାତ୍ର ଛାତ୍ରୀ ରୋଗୀଙ୍କ ସେବା ଓ ସହଯୋଗ କରିଥିଲେ ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)