ଜଗତସିଂହପୁର,୧୧/୦୯(ପିପିଟି); କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗାରେଇ ଗ୍ରାମପଞ୍ଚାୟତସ୍ଥ ଚନ୍ଦ୍ରଭେଦପୁର ଗ୍ରାମର ଯୁବ ଓକିଲ ଭୂପତ୍ତି ଭୂଷଣ ପଟ୍ଟନାୟକଙ୍କ ୩୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମଣିଜଙ୍ଗା ଚିକିତ୍ସାଳୟ ରେ ତାଙ୍କୁ କୋଭିଡ୍ ନେଗେଟିଭ୍ ଦର୍ଶାଯାଇଥିଲା । ସେଠାରେ କୁଜଙ୍ଗ ଓକିଲ ସହକର୍ମୀ ତଥା ଆସୋସିଏସନ୍ ର ସଦସ୍ୟମାନେ ଉପସ୍ଥିତ ରହି ପୁନଃ କୋଭିଡ୍ ପରୀକ୍ଷଣ ତଥା ପୋଷ୍ଟମର୍ଟମ କରିବାକୁ ଦାବୀ କରିବା ଦ୍ୱାରା ଭୂପତି ବାବୁଙ୍କ ମର ଶରୀରକୁ ତିର୍ତ୍ତୋଲ ପୋଲିସ ଦ୍ବାରା ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । କୁଜଙ୍ଗ ବ୍ଲକ ଓକିଲ ସଂଘ ଏଥ ନିମନ୍ତେ ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କ ପରିବାରକୁ ସମଵେଦନା ଜଣାଇଛନ୍ତି । ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି ।