ଯୁବପିଢ଼ିଙ୍କୁ ଟୀକାପ୍ରଦାନ ଦାବିରେ ରାୟଗଡ଼ା ଭାଜପାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ରାୟଗଡା,୦୨/୦୬(ପିପିଟି); ଭାରତୀୟ ଜନତା ପାର୍ଟି,ରାୟଗଡ଼ା ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ୧୮-୪୪ ବର୍ଷର ବ୍ୟକ୍ତିଙ୍କୁ କୋରନା ଟୀକାକରଣରେ ଅବହେଳାକୁ ନେଇ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦିଆଯାଇଥିଲା । ରାଜ୍ୟ ସରକାର ୧୮-୪୪ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ଘୋଷଣା କରିବା ସତ୍ତ୍ୱେ ରାୟଗଡା ଜିଲ୍ଲାରେ କୋରନା ଟୀକା ଦେବା ନେଇ ଘୋର ଅବହେଳା ହେଉଛି।ତେଣୁ ଏହି ଅବହେଳାକୁ ବିରୋଧ କରି ଯଥାଶୀଘ୍ର ଟୀକା ଦେବା ପାଇଁ ବିଜେପି ନଗର କମିଟି ତରଫରୁ ଦାବି କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ କହିବାନୁଯାୟୀ ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲା ନଥିବାରୁ ଟୀକାକରଣ ବିଳମ୍ବ ହେଇଛି, କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ରାୟଗଡ଼ାର ନା ରହିବା କହିଛନ୍ତି ଓ ଯଥାଶୀଘ୍ର ଟୀକାକରଣ ବ୍ୟବସ୍ଥା କରାଯାଉଛି। ଯଦି ଅତିରିକ୍ତ ଜିଲ୍ଲାପାଳଙ୍କ କହିବାନୁଯାୟୀ ଟୀକାକରଣ ନ ହୁଏ, ତାହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନଗର ସଭାପତି ଶ୍ୟାମକୁମାର ଦାଶ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନଗର ସଭାପତିଙ୍କ ସହ ଉପସଭାପତି ମଞ୍ଜୁଳା ମିନିଆକା,ନଗର ସମ୍ପାଦିକା ଝରଣା ମହାନ୍ତି,ସାଧାରଣ ସମ୍ପାଦକ ଅଜୟ ଶର୍ମା,ସମ୍ପାଦକ ଜଗଦୀଶ ସୁନାରି,ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ କୁମାର ପାଣିଗ୍ରାହୀ, ବିଜେପି ନଗର ସମ୍ପାଦକ ସୁଶାନ୍ତ ମିଶ୍ର, ନଗର କୋଷାଧ୍ୟକ୍ଷ ଏମ.ବିଦ୍ୟା ସାଗର , ନଗର ଉପସଭାପତି ଗୋପାଳ କୃଷ୍ଣ ପାଢ଼ୀ, ନଗର ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜୟରାମ ବର୍ମା, ରାୟଗଡ଼ା ଜିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଟି.ନାଗାରଜୁ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କୋଭିଡ ନିୟମ ମାନି ଉକ୍ତ କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ କରାଯାଇଥିଲା ।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment