ଯୁବତୀଙ୍କୁ ବଳାତ୍କାର ଉଦ୍ୟମରେ ସରପଞ୍ଚଙ୍କ ସ୍ବାମୀ ଅଟକ।

ପାଗା,୧୮/୦୯ : ଜଣେ ୧୮ ବର୍ଷିୟା କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିବା ଘଟଣା କୁ ନେଇ କଟକ କନ୍ଦରପୁର ଥାନାରେ ଏକ ଅଭିଯୋଗ ହୋଇଛି।

ଯୁବତୀଙ୍କୁ ଗତିରାଉତପାଟଣା ଅଞ୍ଚଳର ସରପଞ୍ଚଙ୍କ ସ୍ବାମୀ ଅସଦାଚରଣ କରିଥିବା ନେଇ ଥାନା ରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।
ଗତକାଲି ବିଶ୍ୱକର୍ମାଙ୍କ ପୂଜା ଅବସରରେ ସ୍ଥାନୀୟ ସରପଞ୍ଚଙ୍କ ଘରେ ପୂଜା ଚାଲି ଥିଲା । ତେବେ ସେହି ଗ୍ରାମର ଜଣେ କଲେଜ ଛାତ୍ରୀ ସରପଞ୍ଚଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସରପଞ୍ଚ ଉପର ମହଲାରେ ଥିବା ବେଳେ ତାଙ୍କ ସ୍ବାମୀ ତଳ ମହଲାରେ ଛାତ୍ରୀ ଜଣକୁ ଭୋଗ ଖାଇବା ପାଇଁ ଘର ଭିତରକୁ ଡାକିଥିଲେ। ସେଠାରେ ସୁଯୋଗ ଦେଖି ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ବଳତ୍କାର କରିବାକୁ ଉଦ୍ୟମ କରିଥିଲେ। ଏପରିକି ଯୁବତୀ ଙ୍କୁ ଟଣା-ଭିଡ଼ା ସମୟରେ ତାଙ୍କ ଡ୍ରେସ୍ ମଧ୍ୟ ଚିରିଯାଇଥିଲା। ଏବଂ ସେଠାରୁ ସେ କୌଶଳକ୍ରମେ ଖସିଯାଇ ଏହି ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ନିଜ ଘରେ କହିଥିଲେ।

ଏହାପରେ ପରିବାର ଲୋକେ କନ୍ଦରପୁର ଥାନାରେ ଏତଲା ଦେଇଥିଲେ। ପ୍ରଥମେ ଥାନା ଉକ୍ତ ଘଟଣା ସମ୍ପର୍କରେ ଏତଲା ନ ରଖିବାକୁ କହିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଥାନା ଏତଲା ରଖି ଘଟଣା ର ତଦନ୍ତ ଆରମ୍ଭ କରିଥିଲା। ଏବଂ ସରପଞ୍ଚ ଙ୍କ ସ୍ବାମୀ ଙ୍କୁ ଥାନା ରେ ଅଟକ ରଖି ପଚରାଉଚରା କରୁଛି। ତେବେ ଉକ୍ତ ସରପଞ୍ଚ ଙ୍କ ସ୍ବାମୀ ଙ୍କ ନାମରେ ଆଗରୁ ବହୁ ସଙ୍ଗୀନ ଅପରାଧିକ ମାମଲା ଯେପରି ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ନ କରି ଲକ୍ଷାଧିକ ଟଙ୍କା ଲୁଟ କରିବା ଘଟଣା ର ଭିଜିଲାନ୍ସ ଚଢ଼ାଉ, ଫୌଜଦାରୀ ମକଦ୍ଦମା ରହିଥିଲେ ମଧ୍ୟ ପୋଲିସ ଏଭଳି ଏକ ନାରୀ ନିର୍ଯାତନା ମାମଲା କୁ କାହିଁକି ଘଣ୍ଟ ଘୋଡ଼ାଇ ରଖି ତଦନ୍ତ ରେ ବିଳମ୍ବ କରୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Comments (0)
Add Comment