ବେଲଗୁଣ୍ଠା,୦୭/୧୧(ପିପିଟି); ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମସର ଗ୍ରାମରେ ପୋଲିସ ସୁତ୍ରରୁ ପ୍ରକାଶ ଯେ, ସୁତୁମସର ଗ୍ରାମର ପ୍ରଭାକର ଦଳେଇ ଓ ତାଙ୍କ ପତ୍ନୀ ଆଜି ସକାଳୁ ଧାନ କାଟିବା ପାଇଁ ବିଲକୁ ଯାଇଥିଲେ । ଅପରାହ୍ନ ୪ ଟା ବେଳକୁ ଘରକୁ ଫେରିବା ପରେ ତାଙ୍କ ଝିଅ ପାଣ୍ଡି ଦଳେଇ (୧୮) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବେଲଗୁଣ୍ଠା ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଥିବା ଜଣାପଡିଛି । ଆସନ୍ତା କାଲି ପାଣ୍ଡିର ଶବ ବ୍ୟବଛେଦ ପରେ ତାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ । ପାଣ୍ଡିର ବାପା ପ୍ରଭାକରଙ୍କ ଏତାଲା ପ୍ରକାରେ ବେଲଗୁଣ୍ଠା ପୋଲିସ ୬୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )