ଯୁବକ ଯୁବତୀଙ୍କ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ।

ମାଲକାନଗିରି,୨୧/୦୨(ପିପିଟି): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ପାକୁଣ୍ଡା ପଞ୍ଚାୟତ ର କାହ୍ନ।ଗୁଡା ଗ୍ରାମର କେନାଲ ନିକଟରେ ଯୁବକ ଓ ଯୁବତୀଙ୍କ ଗଛରେ ଝୁଲନ୍ତା ଅବସ୍ଥରେ ପୋଲିସ ମୃତଦେହ ଉଦ୍ଧାର କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାଲିମେଳା ଥାନା ଅନ୍ତର୍ଗତ କାହ୍ନ।ଗୁଡା ନିକଟରେ । ସୂଚନା ଅନୁସାରେ ଆଜି ସକାଳୁ ଏହି ଅଞ୍ଚଳରେ ଏକ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା ଯାହା କି ସ୍ଥାନୀୟ ଅଞ୍ଚରେ ଚର୍ଚ୍ଚାର ବିଷୟ ପାଲଟିଛି ।ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକମାନେ କାଲିମେଳା ଥାନା ପୋଲିସକୁ ଖବର ଦେଇଥିଲେ ଓ ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ମୃତ୍ୟୁର କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି । ତେବେ ଉଭୟଙ୍କ ପରିଚୟ ପୋଲିସ୍‌ ହାତରେ ଲାଗିଛି ଯୁବକ ଜଣଙ୍କ ଘର ଏମଭି – ୯୪ ଗ୍ରାମରେ ହୋଇଥିବା ବେଳେ ଯୁବତୀଙ୍କ ଘର ଏମଭି – ୬୪ ବୋଲି ସୂଚନା ଦେଇଛି କାଲିମେଳା ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି କାଲିମେଳା ପୋଲିସ୍ ପକ୍ଷରୁ ସନ୍ଦେହ କରାଯାଉଥିବା ବେଳେ ଘଟଣା ସ୍ଥଳରୁ ଏକ ମଟର ସାଇକେଲେ ନଂ – ଓଡି-୩୦ ଡି ୬୪୪୩ ,ଝିଅ ଓ ପୁଅ ର ବୟସ ୨୦ ରୁ ୨୫ ଭିତରେ କହିଛନ୍ତି ଏସଆଇ ଏକେ ପ୍ରଧାନ କହିଛନ୍ତି । ପରେ ମାଲକାନଗିରି ଏସଡିପିଓ ଶୁଭେନ୍ଦୁ କୁମାର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।ଏଥିସହ କୋରାପୁଟ ଠାରୁ ସାଇଣ୍ଟିକ ଟିମ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment