ଯୁବକ ଉପରେ ଏସିଡ୍ ମାଡ଼ ।

ବାସୁଦେବପୁର,୦୧/୦୩ :ନାୟକାଣିଡିହି ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ। ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଯୁବକ ଉପରକୁ ଏସିଡ଼ ମାଡ଼ ହୋଇଛି। ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ଉଦବେଗ ଜନକ ଥିବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପରେ କଟକ ପଠାଇ ଦିଆଯାଇଛି। ଯୁବକଙ୍କ ନାମ ଜଗବନ୍ଧୁ ପଳାଇ(୨୭)। ଜଗବନ୍ଧୁ ଜଣେ ଟେଣ୍ଟ ବ୍ୟବସାୟୀ। ଗାଁରେ ଅଷ୍ଟମ ପ୍ରହାରୀ ପ୍ରସାଦ ଖାଇ ଘରେ ଶୋଇ ଥିଲେ। ନୂଆ ଘର ତିଆରୀ ହେଉଥବାରୁ କବାଟ ଝର୍କା ଲାଗିନଥିଲା। ଝର୍କାର କପଡା ଲଗାଇ ଘରେ ରହୁଥିଲେ। ଘରେ ଶୋଇଥିବା ବେଳେ କେହି ଦୁବୃତ ଝର୍କାର କପଡା ଟେକି ଜଗବନ୍ଧୁ ମୁହଁକୁ ଏସିଡ ପକାଇ ଫେରରା ହୋଇ ଥିଲେ। ଜଗବନ୍ଧୁ ଯନ୍ତ୍ରଣାରେ ଚିତ୍କାର କରିବାରୁ ପରିବାର ଘଟଣା ଦେଖି ସାଇପଡ଼ୋଶୀଙ୍କ ଡାକ ପକା ପକାଇଥିଲେ। ପ୍ରଥମେ ବାସୁଦେବପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ଭଦ୍ରକ ପରେ କଟକ ନିଆଯାଇଛି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment