ଯୁବକଙ୍କ ଆତ୍ମହତ୍ୟା ।

ଯାଜପୁର,୨୩/୦୬ :କଟକ ଜଗତପୁର ଟ୍ରକ୍ ଟର୍ମିନାଲ ନଦୀ ବନ୍ଦ କାଳୀ ମନ୍ଦିର ନିକଟରେ ମଙ୍ଗଳାବାଗ ବଢ଼େଇ ସାହି ର ସୁବାସ ନାଏକ ବ(୩୦)ର୍ଷ ଗତକାଲି ରାତିରେ ବେକରେ ଗାମୁଛା ବାନ୍ଧି ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ପରିବାର ଲୋକଙ୍କ କହିବା ଅନୁସାରେ ସୁବାସ ସବୁଦିନ ଭଳି କଟକ ଏସିବି ମେଡିକାଲ ରେ ପରିତୋଷ ନାମକ ଏକ ଠିକା ସଂସ୍ଥା ରେ କାମ କରି ଗତକାଲି ସନ୍ଧ୍ୟାରେ ଘରକୁ ଫେରିଥିଲେ , ଘରେ କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥଲା ପରେ ପରେ ସେ ଘରୁ ରାଗିକରି ଜଗତପୁର ସ୍ଥିତ ଝାଡ଼ୁ ବସ୍ତିରେ ତାଙ୍କର ପିଉସୀ ଝିଅ ଭଉଣୀ ଘରକୁ ମାଂସ ଧରି ଆସି ଥିଲେ। ଏବଂ ଭଉଣୀ ଙ୍କୁ କହିଥିଲେ ଯେ ତୁମେ ମାଂସ ରାନ୍ଧ ମୁଁ ଆସୁଛି। କିନ୍ତୁ ସେ ସେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଫେରିନଥିଲେ।
ସେପଟେ ଆଜି ସକାଳେ ସେ ଜଗତପୁର ଟ୍ରକ୍ ଟର୍ମିନାଲ ନିକଟ ଏକ ଗଛରେ ବେକରେ ଗାମୁଛା ବାନ୍ଧି ଫାଶୀ ଦେଇ ଝୁଲି ପଡ଼ିଛନ୍ତି।ତେବେ ତାଙ୍କର ଦୁଇ ନାବାଳକ ପୁଅ ମଧ୍ୟ ଅଛନ୍ତି ଜଣଙ୍କ ର ବୟସ ୧୬ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୯ ବର୍ଷ ବୋଲି ଜଣାପଡିଛି। ତେବେ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇ ନାହିଁ। ଘଟଣା ସ୍ଥଳରେ ଜଗତପୁର ପୋଲିସ, ସାଇନ୍ଟିଫିକ୍ ଟିମ୍ ଓ ଜୋନ୍ ଏକ ର ଏସିପି ଅରୁଣ ସ୍ବାଇଁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments (0)
Add Comment