ଭଞ୍ଜନଗର,୨୩/୦୨(ପିପିଟି): ଭଞ୍ଜନଗର ଥାନା ଅଧିନ ହାତୀଗୁଡା ଗ୍ରାମର ରାଜେନ୍ଦ୍ର ଜେନା(୪୦) ନାମକ ଜଣେ ଯୁବକକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ ହୋଇଛି। ରାଜେନ୍ଦ୍ରର ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଛି ।ଜମିରେ ଶାଗ ବୁଣାକୁ କେନ୍ଦ୍ରକରି ଗଣ୍ଡଗୋଳକୁ ନେଇ କିଛି ଦୁର୍ବୁତ୍ତ ଛୁରୀରେ ରାଜେନ୍ଦ୍ରକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଖବର ପାଇ ଭଞ୍ଜନଗର ପୋଲିସ ହାତୀଗୁଡା ଗ୍ରାମରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜେନ୍ଦ୍ରକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ତାର ଅବସ୍ଥା ସଙ୍କଟାପନ୍ନ ଥିବା ରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )