ଯାତ୍ରୀବାହୀ ଅଟୋ ଓଲଟି ୬ଜଣ ଗୁରୁତର ।

ଭଞ୍ଜନଗର,୨୨/୦୩(ପିପିଟି): ଭଞ୍ଜନଗର ଥାନା ଅଧୀନ ବାଗଦେବୀ ରୋଡ଼ ଠାରେ ଏକ ଯାତ୍ରୀବାହି ଅଟୋ ଓଲଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏଥିରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ପାଟପୁର ଥାନା କଉଡ଼ିଆ ଗ୍ରାମର ଏକ ପରିବାର କୁଲାଦ ବ୍ୟାଘ୍ରଦେବୀ ମନ୍ଦିରକୁ ଚୈତ୍ର ମଙ୍ଗଳବାର ପୂଜା
କରିବାକୁ ଆସିଥିଲେ। ପୂଜାର୍ଚ୍ଚନା ସରିବା ପରେ ଅଟୋରେ ପୁଣିଥରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ସହର ଉପକଣ୍ଠ ବାଗଦେବୀ ରୋଡ଼ରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା । ଏଥିରେ ସର୍ଜନୀ ଜେନା(୫୦) , ଭଞ୍ଜ ପରିଡା(୩୫),ବାବୁଲା ପ୍ରଧାନ (୨୬) ,ଝିଲି ପରିଡା (୨୭) ସୋନାଲି ବିଷୋୟୀ,ନର୍ମଦା ପରିଡା ଆହତ ହୋଇ ଭଞ୍ଜନଗର ମେଡ଼ିକାଲ ରେ ଚିକିତ୍ସିତ ହୋଇଛନ୍ତି। ସର୍ଜନୀ ଓ ବାବୁଲାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment