ଭଞ୍ଜନଗର, ୧୮/୦୩(ପିପିଟି):ଚଳିତ ଗ୍ରୀଷ୍ମପ୍ରବାହରେ ଦିନକୁ ଦିନ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି।ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।ମଧ୍ୟାହ୍ନ ସମୟରେ ଲୋକମାନେ କେହି ବାହାରକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା ସକାଶେ ଆଜି ପ୍ରଥମେ ମୁଖ୍ୟ ରାସ୍ତାର ଚିଦାନନ୍ଦ ସାଂସ୍କୃତିକ କେନ୍ଦ୍ର ନିକଟରେ ଜଳସେବା କେନ୍ଦ୍ର ଶୁଭାରମ୍ଭ କରାଯାଇଛି।ଆଗାମୀ ଦିନରେ ବସ ଷ୍ଟାଣ୍ଡ, ମହାବୀର ଛକ,ଖାଲା ସାହି ଓ ଷ୍ଟେଟ ବ୍ୟାଙ୍କ ଛକରେ ମଧ୍ୟ ଜଳ ସେବା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଉଦଘାଟନ କରିଛନ୍ତି।ଏଥିରେ ସମ୍ମାନିତ ଅତିଥି ରୂପେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଡେପୁଟି କଲେକ୍ଟର ସୁମନ ଘୋଷ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାଉନସିଲର ଓ ଏନଏସି କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।
(ରିପୋର୍ଟ- ଜେ.କେ ପଟ୍ଟନାୟକ)