ସିମୁଳିଆ,୧୯/୦୩:ସିମୁଳିଆ ପୋଲିସର ବଡ଼ ସଫଳତା । ଗୋଡ଼ାଇ ଗୋଡ଼ାଇ ଧରିଲା ବୋଲେରୋ ସହ ଦେଶୀ ମଦ । ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ନୂତନ ଥାନାଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସୋର ଆଡୁ ଏକ ଦ୍ରୁତଗତିରେ ଏକ ବୁଲେରୁ ଆସୁଥିବା ବେଳେ ସିମୁଳିଆ ପୋଲିସ ଗାଡିକୁ ପିଛା କରି ୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ଛକ ନିକଟରେ ବୁଲେରୁ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗାଡିରୁ ୧୦ବସ୍ତା ଭର୍ତ୍ତି ଦେଶୀ ମଦ ଜବଦ କରିଥିଲେ । ଯାହା ୫୦୦ ଲିଟରରୁ ଉର୍ଦ୍ଧ୍ବ ହେବା ନେଇ ସୂଚନା ମିଳିଛି । ସେଥିରେ ଥିବା ମୟୁରଭଞ୍ଜ ଜିଲ୍ଲା ଶରତ ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଦେଶୀ ମଦ ମୟୁରଭଞ୍ଜ ଜିଲ୍ଲାରୁ ମାର୍କୋଣା ଆଡ଼କୁ ଆସୁଥିବା ନେଇ ଆଇଆଇସି ସୂଚନା ଦେଇଛନ୍ତି ।
ଯାଞ୍ଚ ବେଳେ ଧରା ପଡିଲା ବିପୁଳ ପରିମାଣର ମଦ ।
