ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ ।

ପାଣିକୋଇଲି,୦୪/୦୧(ପିପିଟି): ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼ କରିଛନ୍ତି। ଫାୟାରିଂରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ପୁଲିସର ତନାଘନା ଜାରି ରହିଛି। ଜଣଙ୍କ ପେଟରେ ଓ ଅନ୍ୟ ଜଣଙ୍କର ଅଣ୍ଟାରେ ଗୁଳି ବାଜିଛି। ମିଳିଥିବା ସୂଚନା ଅନୁସାରେ, ପାଣିକୋଇଲି ବଜାରରେ ବାଇକ୍‌ରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ। ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିବା ସୂଚନା। ଏନେଇ ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଉତ୍ତେଜନା । ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ ଛେଚିବାକୁ ଜଗି ବସିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୂତୟନ ଅଛନ୍ତି। ମୃତକ ହେଲେ ନୀଳମାଧବ ପଣ୍ଡା । ସେ ବିଦ୍ୟୁତ୍ ବିଭାଗ କର୍ମଚାରୀ ବୋଲି ସୂଚନା ମିଳିଛି । ତେବେ ଅନ୍ୟଜଣଙ୍କ ନାମ ଅଦ୍ୟାବଧି ଜଣାପଡ଼ିନାହିଁ।

Comments (0)
Add Comment