ଯାଜପୁର ଠାରେ ସୁସ୍ଥ ନାରୀ,ସଶକ୍ତ ପରିବାର ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ।

ଯାଜପୁର,୧୭/୦୯(ପିପିଟି): ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ସୁସ୍ଥ ନାରୀ, ସଶକ୍ତ ପରିବାର ରାଷ୍ଟ୍ରୀୟ ଅଭିଯାନ ଯାଜପୁର ଲୋକସଭା ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ହୋଇଯାଇଅଛି। ଏହି ଅବସରରେ ସାଂସଦ ଡ଼ା. ବେହେରା କହିଲେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆଦି ଶୁଭାରମ୍ଭ ହୋଇଛି। ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଚଳିତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ହୋଇ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ସବୁ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେବ।ଇ.ଏନ୍.ଟି,ଚକ୍ଷୁ, ରକ୍ତଚାପ, ମଧୁମେହ, ରକ୍ତ ପରୀକ୍ଷା, ମୁଖ-ଗହ୍ଵର, ସ୍ତନ ଏବଂ ଗ୍ରୀବା କର୍କଟ, ଗର୍ଭବତୀ ମହିଳା ମାନଙ୍କ ପାଇଁ ପ୍ରସବ ପୂର୍ବବର୍ତ୍ତୀ ସ୍ବାସ୍ଥ୍ୟ ପରୀକ୍ଷା, ଟୀକାକରଣ, ରକ୍ତହୀନତା ସ୍ତର ଯାଞ୍ଚ, ଟେଲିମାନସ ସେବା, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଆନେମିଆ ଆଦି ରୋଗ ପାଇଁ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଏହି ଅଭିଯାନ ସମୟରେ ସବ୍ ସେଣ୍ଟର୍ , ପି.ଏଚ୍.ସି, ସି.ଏଚ୍.ସି, ଡି.ଏଚ୍.ଏଚ୍, ମେଡିକାଲ କଲେଜ୍ ପରି ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ବିଦ୍ୟାଳୟ ସ୍ତରରେ ମେଡିକାଲ ହେଲଥ ୟୁନିଟ,ମାଧ୍ୟମରେ ଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏଥି ସହିତ ସ୍ବାସ୍ଥ୍ୟ ସେବା ସୁବିଧାରେ ଉପଲବ୍ଧ କରାଇବା ପାଇଁ ମାତୃ ଏବଂ ଶିଶୁ ସୁରକ୍ଷା କାର୍ଡ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ପଞ୍ଜିକରଣ ଆୟୁଷ୍ମାନ ବାୟୋବନ୍ଦନା କାର୍ଡ, ସିକିଲ ସେଲ କାର୍ଡ, ପୋଷଣସ୍ଥିତି ଯାଞ୍ଚ ପାଇଁ ହିତାଧିକାରୀଙ୍କ ପଞ୍ଜିକରଣ ବ୍ୟବସ୍ଥା କରାଯାଉଛି। ଏହି ସବୁ ସେବା ପାଇବା ପାଇଁ ମହିଳା ଓ ଶିଶୁମାନେ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନୱାଡୀ କେନ୍ଦ୍ରରେ ଯୋଗାଯୋଗ କରିପାରିବେ। ଏହି ଉତ୍ସବରେ ଯୋଗଦେଇ ଜିଲ୍ଲାପାଳ ଅମ୍ବର କୁମାର କର କହିଲେ ସ୍ବାସ୍ଥ୍ୟ ଜନିତ ସମସ୍ୟାର ଅବଗତ ନିମନ୍ତେ ସ୍ବାସ୍ଥ୍ୟ କ୍ୟାମ୍ପ, ସ୍କ୍ରିନିଂ କ୍ୟାମ୍ପ କରାଯାଇ ରୋଗରେ ପ୍ରଭାବିତ ସର୍ବାଧିକ ମହିଳା ମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ତଦନୁଯାୟୀ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ବିଦ୍ୟାଳୟ ସ୍ତରରେ ମେଡିକାଲ ହେଲଥ ୟୁନିଟ ମାଧ୍ୟମରେ ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ବାସ୍ଥ୍ୟ ସେବା ସ୍ବାସ୍ଥ୍ୟ ସେବା ସୁବିଧାରେ ଯୋଗାଇ ଦିଆଯିବ।

ଏହା ପରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ଏକ ପେଡ ମା କେ ନାମ୍ ୨.୦’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର, ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡିନ୍ ତଥା ଅଧ୍ୟକ୍ଷ ଡ଼ା. ସୀତାରାମ ମହାପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଅନ୍ୟାନ୍ୟ ଅଧିକାରୀ, ଡାକ୍ତର, କର୍ମଚାରୀ,ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Comments (0)
Add Comment