ଯାଜପୁର,୩୧/୦୧(ପିପିଟି): ଚଳିତ ବର୍ଷ ସଡ଼କ ସୁରକ୍ଷା ଉଦଯାପନୀ ସମାରୋହ ଆଞ୍ଚଳିକ ପରିବହନ କାର୍ଯ୍ୟ।ଳୟ,ଯାଜପୁର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହରେ ଯାଜପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଅଧକ୍ଷ୍ୟା ତଥା ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ତତ୍ତ୍ଵାବଧାନରେ ଉପ ଜିଲ୍ଲାପାଳ, ଯାଜପୁର ଅଂଶୁମାନ ଶତପଥି ଓ ଛତିଆ ଡ୍ରାଇଭିଂ ଟ୍ରେନିଂ ଇନ୍ସଟିଚ୍ୟୁଟର ପ୍ରିନସିପାଲ ସାଦିଆ ସଏଦ,ବଡ଼ଚଣା ଆରକ୍ଷୀ ନିରୀକ୍ଷକ ଅସିତ ବଳବନ୍ତ ରାୟ ଯୋଗ ଦେଇଥିଲେ । ଏଥିରେ ସଡ଼କ ଦୁର୍ଘଟଣା ର ନିରାକରଣ ପାଇଁ ସମସ୍ତେ ଆଲୋକପାତ କରିଥିଲେ । ବିଭିନ୍ନ ସ୍ଵେଛାସେବି ଅନୁଷ୍ଠାନ ସହ ସ୍କୁଲ ଓ କଲେଜର ପିଲାମାନଙ୍କୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ସହ ଟ୍ରାଫିକ ନିୟମ ମାନି ଗାଡି ଚଳାଇଲେ ଦୁର୍ଘଟଣାର ନିରାକରଣ ହୋଇପାରିବ ବୋଲି ମତ ପୋଷଣ କରିଥିଲେ । ଏହି ସଭାରେ ଡେପୁଟି କମିଶନର ତଥା ଆର ଟି ଓ, ଯାଜପୁର ନୀଳକଣ୍ଠ ପ୍ରଧାନ ଓଆରଟିଓ ଚଣ୍ଡିଖୋଲ, ସମ୍ବିତ କୁମାରଙ୍କ ମିଳିତ ଉଦ୍ୟମରେ ଜିଲ୍ଲାର ଟ୍ରକ ମାଲିକ ସଂଘ ଓ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା, ଏସପିଓ ମାନଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ରୋଡ ସେଫଟି ସମ୍ବନ୍ଧୀୟ ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ହୋଇଥିବା ପେଣ୍ଟିଙ୍ଗ, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାର ବିଜେତା ହୋଇଥିବା ପ୍ରାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସରକାରଙ୍କ ଦ୍ବାରା ପ୍ରଚଳିତ ଗୁଡ ସମରିଟାନ ଓ ସୋଲାସିଆମ ଫଣ୍ଡ ବାବଦରେ ଆଲୋକପାତ କରିବା ସହ ଏ ସମ୍ବନ୍ଧରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବ୍ଲକ ସ୍ତରରେ ଶୋଭାଯାତ୍ରା,ସ୍ଲୋଗାନ,ରଥ ପରିକ୍ରମା, ହେଲମେଟ ଓ ସିଟ ବେଲ୍ଟ ଚେକିଂ, ଚକ୍ଷୁ ଚିକିତ୍ସା ଶିବିର,ନାବାଳକ ଗାଡିଚଳନା ଚେକିଂ, ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆଦି ଆୟୋଜିତ ହୋଇଥିଲା। ଅନ୍ୱେଷଣ,ଅଭୟ ଦାସ ଟ୍ରୁପ ଓ ସ୍କାଉଟ ପିଲାମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଉକ୍ତ ଉତ୍ସବରେ ଦୀପକ କୁମାର ସେଠୀ, ଖଗେଶ୍ଵର ମୁର୍ମୁ,ପ୍ରଦୀପ୍ତ କିଶୋର ବେହେରା,ଯୁଗଳ କିଶୋର ତିରିୟା ଓ ଉଭୟ ଯାଜପୁର ଓ ଚଣ୍ଡିଖୋଲ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ଯାଜପୁର ଠାରେ ସଡ଼କ ସୁରକ୍ଷା ଉଦଯାପନୀ ସମାରୋହ ।
