ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ ।

ଯାଜପୁର,୩୧/୦୩(ପିପିଟି): ବିହାର ରେଜିମେଣ୍ଟ ର ୟୁନିଟ ଷଷ୍ଠ ବାଟାଲିୟନର ହାବିଲଦାର ରାଜକିଶୋର ମୁଣ୍ଡା ଅରୁଣାଞ୍ଚଳ ପ୍ରଦେଶ ର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ସମୟରେ ମାର୍ଚ୍ଚ ୨୯ ତାରିଖରେ ବୀରଗତି ପ୍ରାପ୍ତ କରିଛନ୍ତି। ସହିଦଙ୍କ ମରଶରୀର ଆଜି ଭୁବନେଶ୍ୱର ରୁ କେନ୍ଦୁଝର ସଦର ବ୍ଲକ ନୂଆଗାଁ ଯିବା ସମୟରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଚଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଦର୍ପଣ ଅତିରିକ୍ତ ତହସିଲଦାର ସହିଦଙ୍କ ମରାଶରୀର ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେଶ ମାତୃକା ସେବାରେ ତାଙ୍କ ପ୍ରାଣବଳୀକୁ ସଲାମ।

Comments (0)
Add Comment