ଯାଜପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା)କମିଟିର ଷଷ୍ଠ ବୈଠକ ଅନୁଷ୍ଠିତ ।

ଯାଜପୁର,୧୬/୦୯(ପିପିଟି):ଆଜି ଯାଜପୁର ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା) କମିଟିର ବୈଠକ ଟାଉନ ହଲ,ବ୍ୟାସନଗର, ଯାଜପୁର ଠାରେ ଲୋକସଭା ସାଂସଦ, ଯାଜପୁର ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମାନ୍ୟବର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ଓ କାର୍ଯ୍ୟାନ୍ଵୟନ ପାଇଁ ଜିଲ୍ଲା ସ୍ତରୀୟ ଜିଲ୍ଲା ଦିଶା କମିଟିର ସମସ୍ତ ଲୋକପ୍ରତିନିଧି ସଭ୍ୟ/ସଭ୍ୟା ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀଗଣଙ୍କ ସକ୍ରିୟ ଅଂଶ ଗ୍ରହଣ ର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ମାନଙ୍କରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା ଯୋଗାଇ ଦେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାପାଳ ତଥା ମେମ୍ବର ସେକ୍ରେଟାରୀ, ଦିଶା କମିଟି ଅମ୍ବର୍ କୁମାର କର ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଶ୍ରୀ କର ସ୍ବାସ୍ଥ୍ୟ, ପାନୀୟ ଜଳ,ଶିକ୍ଷା,ଆବାସ,ସ୍ବଚ୍ଛତା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଆଗାମୀ ଦିନରେ ସମସ୍ତ ସରକାରୀ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଯଥା ପାନୀୟ ଜଳ ଯୋଜନା ଅନ୍ତର୍ଗତ ଜଳ ଜୀବନ ମିଶନ,ଜାତୀୟ ରାଜପଥ ଭିତ୍ତି ଭୂମି ବିକାଶ,ସମନ୍ୱିତ ଶିଶୁବିକାଶ ଯୋଜନା,ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା,ଦିନ ଦୟାଲ ଅନ୍ତ୍ୟୋଦୟ ଯୋଜନା,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା,ମୃତ୍ତିକା ହେଲଥ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,କୃଷି ଓ କୃଷକ ସଶକ୍ତିକରଣ, ସ୍ଵଚ୍ଛ ଭାରତ ଅଭିଯାନ,ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା,ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା,ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା,ନେସନାଲ ହେଲଥ ଅଭିଯାନ,ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା,ବେଟି ବଚାଓ ବେଟି ପଢାଓ ଯୋଜନା,ନେସନାଲ ଲାଇଭଷ୍ଟକ୍ ମିଶନ,ସମଗ୍ର ଶିକ୍ଷା, ପ୍ରିମେଟ୍ରିକ୍ ସ୍କୋଲାରସିପ,ପୋଷ୍ଟ ମେଟ୍ରିକ୍ ସ୍କୋଲାରସିପ,ଜାତୀୟ ସ୍ୱାସ୍ଥ୍ୟ ମିଶନ,ବିଦ୍ୟୁତ ଯୋଜନା,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ,ପ୍ରାଣୀ ସମ୍ପଦ ବିଭାଗର ଯୋଜନା ଇତ୍ୟାଦି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପୂର୍ବକ ସମୀକ୍ଷା କରାଯାଇଥିଲା । ବିଧାୟକ ବଡ଼ଚଣା ଅମର କୁମାର ନାୟକ,ବିଧାୟକ, ଧର୍ମଶାଳା ହିମାଂଶୁ ଶେଖର ସାହୁ,ଜିଲ୍ଲା ପରିଷଦର ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ମନ୍ତ୍ରୀ ସମବାୟ, ହସ୍ତତନ୍ତ,ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତଙ୍କ ପ୍ରତିନିଧି, ବୟନଶିଳ୍ପ ଓ ହସ୍ତଶିଳ୍ପ,ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ,ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ତଥା ନିର୍ବାହୀ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଯୋଗ ଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ନିଜର ମତବ୍ୟକ୍ତ କରିଥିଲେ । ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ,ଜିଲ୍ଲାର ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ଅନ୍ୟାନ୍ୟ ଜନପ୍ରତିନିଧି ତଥା ଦିଶା କମିଟିର ସଦସ୍ୟ/ସଦସ୍ୟା,ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment