ଯାଜପୁର ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ – ୨୦୨୫ ପାଳିତ।

ଯାଜପୁର,୩୧/୦୮(ପିପିଟି): ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ପୌର ପରିଷଦ ଆନୁକୁଲ୍ୟରେ ସ୍ୱାୟତ୍ତ ଶାସନ ଦିବସ – ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଅଛି। ପୌର ପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ଲୋକସଭା ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ସ୍ୱାୟତ୍ତ ଶାସନ ଦିବସରେ ଯାଜପୁର ସହରବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଯାଜପୁରର ଇତିହାସ, ପୁରାଣ କହେ ପୁଣ୍ୟତୋୟା ବୈତରଣୀ କୂଳରେ ପ୍ରସିଦ୍ଧ ନାଭିଗୟା ତୀର୍ଥ ଭାରତ ବର୍ଷରେ ଅନନ୍ୟ। ଯାଜପୁର ର ଏକ ସଭ୍ୟତା ଥିଲା। ମା’ ବିରଜାଙ୍କ କ୍ଷେତ୍ରକୁ ଆଗାମୀ ଦିନରେ ରେଳର ସଂଯୋଗ ହେବ। ଓଡ଼ିଶାର ଏକ ସର୍ବ ପୁରାତନ ମ୍ୟୁନିସିପାଲିଟି ୧୮୬୯ ମସିହାରେ ଗଠିତ ହୋଇଥିଲା। ଯାଜପୁର ମ୍ୟୁନିସିପାଲିଟିର ମୌଳିକ ଆବଶ୍ୟକତା ପୂରଣ କରି ବିକଶିତ ସହରରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ଆଜି ଚଣ୍ଡିଖୋଲକୁ ଏନ୍.ଏ.ସି ଘୋଷଣା କରିଛନ୍ତି। ମା ବିରଜା ପରିକ୍ରମା ପ୍ରକଳ୍ପ, ବିରଜା ହେରିଟେଜ୍ ହାଟ ନିର୍ମାଣ କରାଯିବ। ସହରର ପରିସୀମା ବୃଦ୍ଧି କରି ସହର ବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ। ଉକ୍ତ ସଭାରେ ଯୋଗ ଦେଇ ମାନ୍ୟବର ବିଧାୟିକା, ଯାଜପୁର ସୁଜାତା ସାହୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଯାଜପୁର ଜିଲ୍ଲା ସର୍ବଦା ବିକାଶ କ୍ଷେତ୍ରରେ ଅଗ୍ରସର ବୋଲି କହିଥିଲେ। ପୌର ପ୍ରଶାସନ ପକ୍ଷରୁ ସହର ରେ ସ୍ୱଚ୍ଛତା ନିମନ୍ତେ ନିଆ ଯାଇଥିବା ପଦକ୍ଷେପର ପ୍ରଶଂସା କରିବା ସହ ଆଗାମୀ ଦିନରେ ସ୍ୱଚ୍ଛ ଓ ପରିମଳ ଯାଜପୁର ଗଠନ ଦିଗରେ ସମସ୍ତଙ୍କ ସହଭାଗିତା କାମନା କରିଥିଲେ। ଉକ୍ତ ସଭାରେ ଯୋଗଦେଇ ଜିଲ୍ଲାପାଳ ଅମ୍ବର କୁମାର କର ଯାଜପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ କିପରି ଯାଜପୁର ଜିଲ୍ଲାର ଅଧିକ ବିକାଶ ହୋଇପାରିବ ଏବଂ ଯାଜପୁର ପୌର ପରିଷଦର ଉନ୍ନୟନ ମୂଳକ କାର୍ଯ୍ୟ ଆହୁରି ଉନ୍ନତ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଏହି ସଭାରେ ଯୋଗ ଦେଇ ଅଧ୍ୟକ୍ଷା, ଯାଜପୁର ପୌର ପରିଷଦ ରଞ୍ଜୁଲତା ହୋତା ପୌର ପରିଷଦର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ବିଷୟ ରେ କହିଥିଲେ। ଆଗକୁ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରି ନୂତନ ପ୍ରୋଜେକ୍ଟ ମାଧ୍ୟମରେ ଏକ ସ୍ମାର୍ଟ ପୌରାଞ୍ଚଳ ଗଠନ ଓ ବିକାଶର ଶୀର୍ଷ ରେ ପହଞ୍ଚାଇବା ନିମନ୍ତେ ଉଦ୍ୟମ କରିବାକୁ ସେ ସମସ୍ତ ପୌର ବାସୀଙ୍କ ସହଯୋଗ କାମନା କରିଥିଲେ। ଉକ୍ତ ସଭାରେ ଯୋଗଦେଇ ଉପାଧ୍ୟକ୍ଷ,ପୌର ପରିଷଦ ସନ୍ତୋଷ କୁମାର ମଲ୍ଲିକ ଯାଜପୁର ପୌର ପରିଷଦର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିବା ସହ କହିଲେ ଯାଜପୁର ପୌର ପରିଷଦ ସର୍ବପୁରାତନ ପୌର ପରିଷଦ ଯାହା ବର୍ଷ ବର୍ଷ ଧରି ଜନସାଧାରଣଙ୍କୁ ସେବା ଯୋଗାଇଆସୁଛି । ଯେଉଁ ଥିରେ ପ୍ରଶାସନ ସହଯୋଗରେ,ପାନୀୟ ଜଳାଯୋଗାଣ,ଶିଶୁ ଉଦ୍ୟାନ, ଉଜ୍ଜ୍ୱଳ ଆଲୋକୀକରଣ,ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ,ଏମ ସି ସି, ଏମ ଆର ଏଫ, ସମାଜ କଲ୍ୟାଣ ନିମନ୍ତେ ଭତ୍ତା ଆଦି ଯୋଗାଇଦିଆ ଯାଇଛି। ତେଣୁ ସମସ୍ତଙ୍କର ମିଳିତ ସହଯୋଗରେ ସରକାରଙ୍କ କଲ୍ୟାଣ ମୂଳକ ଯୋଜନା ଦ୍ବାରା ଯାଜପୁର ଏକ ଆଦର୍ଶ ପୌରପରିଷଦରେ ପରିଣତ ହୋଇ ପାରିବ ବୋଲି ସେ କହିଥିଲେ। ।ଯାଜପୁର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଷ୍ମୀଧର ରାଉତ ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ସକାଳ ୫.୦୦ ଘଟିକା ସମୟରେ ରାମଧୁନ ପରିବେଷଣ ଏହା ପରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୌର ପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ଅଧ୍ୟକ୍ଷାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ବୃକ୍ଷ ରୋପଣ ଓ ସଫେଇ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ଶେଷରେ ହିତାଧିକାରୀଙ୍କୁ ଅତିଥି ମାନେ ପ୍ରଦାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଉକ୍ତ ସଭାରେ ପୌର ପରିଷର ସମସ୍ତ ପାରିଷଦ ବର୍ଗ,ସହର ର ବୁଦ୍ଧଜୀବୀ, ଆଇନଜୀବୀ,ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପୌର ପରିଷଦର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ଆହ୍ୱାନ କଳାକାର ମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ ।

Comments (0)
Add Comment