ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ।

ଯାଜପୁର,୧୨/୦୯(ପିପିଟି): ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରମୋଟ ୪୭୦୭ ଟି ମକଦ୍ଦମା ଫଇସଲା ହୋଇଛି। ସେଥି ମଧ୍ୟରୁ ୧୬୧ ଟି ଫୌଜଦାରୀ, ୪୧ ଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ୪୨ ଟି ଦେୱାନୀ, ୧୯ଟି ପାରିବାରିକ କଳହ ମକଦ୍ଦମା, ୧୪ ଟି ଶ୍ରମ ବିବାଦ, ଖାଉଟି ବିବାଦ ୪ ଟି, ଟ୍ରାଫିକ ଚାଲାଣ ୧୫୫ ଟି ଏବଂ ରାଜସ୍ବ ବିଭାଗର ୪୨୭୧ ଟି ମାମଲା ଫଇସଲା କରାଯାଇ ମୋଟ ୮ କୋଟି ୭୫ ଲକ୍ଷ ୯୭ ହଜାର ୩୧୪ ଟଙ୍କା ଆଦାୟ କରାଯାଇଛି। ଏତଦ୍ ବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୬୦ ଟି, ବିଦ୍ୟୁତ ବିଭାଗର ୩୦୯ ଟି, ସ୍ଥାୟୀ ଲୋକ ଅଦାଲତର ୧ଟି, ଏବଂ ଟେଲିଫୋନ ସମ୍ବନ୍ଧୀୟ ୨୩ଟି ପ୍ରାକ୍-ବିଚାରାଧୀନ ମାମଲା ଫଇସଲା କରାଯାଇ ମୋଟ ୬୦ ଲକ୍ଷ ୫୧ ହଜାର ୯୪୭ ଟଙ୍କା ମଧ୍ୟ ଆଦାୟ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ଏହାକୁ ପରିଚାଳନା କରିଥିଲେ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଯାଜପୁର ଜିଲ୍ଲାର ପରିବାର ଅଦାଲତର ବିଚାରପତି ଡଃ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ବିଶ୍ୱେଶ୍ୱର ବିଶ୍ବପ୍ରକାଶ ରାୟ, ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସର୍ବେଶ୍ବର ଦାସ, ରେଜିଷ୍ଟ୍ରାର ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ନେହା ଅଗ୍ରୱାଲ, ବରିଷ୍ଠ ବିଚାରପତି (ଏଲ.ଆର. ଏବଂ ଏଲ. ଟି.ଭି. ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ.ଡି.ଜେ.ଏମ ଶ୍ରୀମତୀ ସୁମିତ୍ରା ବିଶ୍ବାଳ, ଦେୱାନୀ ବିଚାରପତି ଶ୍ରୀମତୀ ସୁନୀତା ବିଶ୍ବାଳ, ଜେ.ଏମ.ଏଫ.ସି ଶ୍ରୀମତୀ ବୀଣାପାଣି ଟାଣ୍ଡି, ଜେ.ଏମ.ଏଫ.ସି (ଏଲ.ଆର. ଏବଂ ଏଲ.ଟି.ଭି. ଶ୍ରୀ ଅଂଶୁମାନ ରଥ ଅଂଶଗ୍ରହଣ କରି ବିଭିନ୍ନ ମକଦ୍ଦମା ଗୁଡିକ ଫଇସଲା କରିଥିଲେ। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା କାରାଗାର ଅନ୍ତେବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ଫିନାଇଲ ଏବଂ ଜୈବିକ ଖତ ବିକ୍ରୟ କରାଯାଇଥିଲା।

Comments (0)
Add Comment