ଯାଜପୁରରେ ସ୍ଵ-ଜନଗଣନା ପ୍ରକ୍ରିୟାର ଆରମ୍ଭ ।

ଯାଜପୁର, ୦୧/୦୪(ପିପିଟି): ଆଜିଠାରୁ ସାରା ଦେଶରେ ପ୍ରଥମ କରି ଆରମ୍ଭ ହୋଇଛି ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିକ ଜନଗଣନା କାର୍ଯ୍ୟ। ଏହି ନୂତନ ପ୍ରଣାଳୀରେ ଜନସାଧାରଣ ଅଧିକୃତ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ନିଜେ ନିଜର ତଥ୍ୟ ଦାଖଲ କରି ‘ସ୍ୱ-ଜନଗଣନା’ କରିବାର ସୁଯୋଗ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ମଧ୍ୟ ଏହା ଆରମ୍ଭ ହୋଇଛି।  ଆଜି ଜିଲ୍ଲାପାଳ ଅମ୍ବର କୁମାର କର ନିଜେ ଏଥିରେ ସାମିଲ ହୋଇ ସ୍ୱ-ଜନଗଣନା ପ୍ରକ୍ରିୟାରେ ନିଜର ତଥ୍ୟ ପ୍ରଦାନ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱ-ଜନଗଣନା ପ୍ରକ୍ରିୟାରେ ମୋଟ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଥିବା ବେଳେ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଜାତୀୟ କାର୍ଯ୍ୟରେ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ଦ୍ୱାରା ସ୍ଵ-ଜନଗଣନା ଉଦଘାଟନ କାର୍ଯ୍ୟକ୍ରମରେ ସେନସସ୍ ନିର୍ଦ୍ଦେଶାଳୟ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ସାଧାରଣ ଓ ବିବିଧ ବିଭାଗ ସହକାରୀ ଜିଲ୍ଲାପାଳ, ଦୁଇ ଜଣ ମାଷ୍ଟର ଟ୍ରେନର, ଏନୁମେରଟର ଏବଂ ସୁପରଭାଇଜର ଉପସ୍ଥିତ ଥିଲେ।

Comments (0)
Add Comment