ବୋଲଗଡ,୨୬/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିପୁର ଶାସନ ନିକଟରେ ଥିବା ଯକଲା ମହାବୀର ମନ୍ଦିର ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । ବୁଧବାର ଦିନ ଏହାର ଉନ୍ନତି କରଣ ପାଇଁ ମନ୍ଦିରର ଆଖ ପାଖ ୧୫ଗ୍ରାମର ଗ୍ରାମବାସୀମାନେ ମିଳିତ ଭାବରେ ଏହାର ଉନ୍ନତି ପାଇଁ ଶପଥ ନେଇଥିଲେ । ଏହି ଅବସରରେ ମହାବୀର ପ୍ରାଙ୍ଗଣରେ ଏକଗୁରୁତ୍ୱ ପୂର୍ଣ୍ଣ ବୈଠକର ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବୀର ମନ୍ଦିର କମିଟି ସଭାପତି ଦୀପନ କୁମର ବିଶ୍ୱାଳଙ୍କ ଆବାହକତ୍ୱରେ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ଅଭିମନ୍ୟୁ ପାତ୍ର,ମୁଖ୍ୟବକ୍ତାଭାବେ ମନ୍ଦିରର ମୁଖ୍ୟ ପୁରଧା ବାବା ଦୀନ ବନ୍ଧୁ ଦାସ ମହାରାଜ,ସମ୍ମାନିତ ଅତିଥିଭାବେ ମହାବୀର ମନ୍ଦିରର ଟ୍ରଷ୍ଟି ବୋର୍ଡ କମିଟି ସଭ୍ୟ ନବ କିଶୋର ପଣ୍ଡା,ରବୀନ୍ଦ୍ର କୁମାର ସାମନ୍ତରାୟ,ଅକ୍ଷୟ କୁମାର ଦତ୍ତ, ଲଛିମନ ପରିଡ଼ା, ବରିଷ୍ଠ ପ୍ରଶାସନିକ ଅଧିକାରୀ ସଦାନନ୍ଦ ତ୍ରିପାଠୀ,ବାସୁଦେବ ନାୟକ,ବାବା ପୂର୍ଣ୍ଣ ଚନ୍ଦ୍ର ନାୟକ, ମହାବୀର ମନ୍ଦ୍ରରର ମଠାଦିଶ ବାବା ଦେବଦାସ,ମନ୍ଦିର ଉନ୍ନୟନରେ ସାହାର୍ଯ୍ୟ କରିଥିବା ଅନ୍ୟତମ ସାରଥୀ ଭୁବନେଶ୍ୱରସ୍ଥିତ ଶ୍ରୀମନ୍ତ କୁମର ରାୟ ସିଂହ,ସେବତୀ ରାୟ ସିଂହ ପ୍ରମୁଖ ନିଜ ବକ୍ତ୍ୟରେ ମନ୍ଦିରର ଉନ୍ନତି ପାଇଁ ନିଜ ନିଜ ମତ ପୋଷଣ କରିଥିଲେ । ପୂର୍ବରୁ ୨୦୦୩ମସିହାରୁ ଏହି ମହାବୀର ମନ୍ଦିର ନିର୍ମାଣ ଓ ଭିତ୍ତି ଭୂମିର ବିକାଶ ପାଇଁ ଅଭିମନ୍ୟୁ ପାତ୍ର ନିଜସ୍ୱ ଖର୍ଚ୍ଚରେ ୩୦ଲକ୍ଷ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିଥିବା ବେଳେ ବର୍ତମାନ ଦୀର୍ଘ ୧୦ବର୍ଷ କାଳ ଏହି ମହାବୀରଙ୍କ ପୀଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଆଜି ଏହି ଅବସରରେ ବିଭିନ୍ନ ଗ୍ରାମର ମୁଖ୍ୟ ଉଦ୍ୟକ୍ତାମାନେ ଦାବୀ କରି ଅଛନ୍ତିକି ନୂତନ ମନ୍ଦିରର ନିର୍ମାଣ, ମନ୍ଦିରକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ, ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ନିକଟରେ ଥିବା ଯକଲା ଜଳ ସଂରକ୍ଷଣ ପାଇଁ ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପ୍ରଦାନ ପାଇଁ ଦାବୀ କରାଯାଇଛି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।