ମ୍ଯାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ବୈଠକ।

ଭୁବନେଶ୍ବର,୨୨/୦୪:ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ମ୍ୟାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ବିସ୍ତୃତ ତଥ୍ଯ ଉପସ୍ଥାପନ କରିଥିଲେ।

ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ସୁରକ୍ଷିତ କରି ରଖିବା ଠାରୁ ଆରମ୍ଭକରି ପରୀକ୍ଷା ସଂଚାଳନ, ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଇତ୍ୟାଦି କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ମୁଖ୍ଯ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କେତେକ କେନ୍ଦ୍ରକୁ ଏକ କ୍ଳଷ୍ଟରରେ ବିଭକ୍ତ କରି ଉକ୍ତ କ୍ଲଷ୍ଟରଗୁଡିକୁ ଜିଲ୍ଲାର ଜଣେ ଦାୟିତ୍ବ ସମ୍ପନ୍ନ ଅଧିକାରୀଙ୍କୁ ଏହି ପ୍ରକ୍ରିୟାରେ ନିୟୋଜିତ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Comments (0)
Add Comment