ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମ” ର ଶୁଭାରମ୍ଭ ।

ସାନଖେମୁଣ୍ଡି,୦୧/୧୨(ପିପିଟି); ସମଗ୍ର ଭାରତ ବର୍ଷରେ ଲୋକ ମାନେ ଏବେ ସ୍ୱଚ୍ଛ,ସୁନ୍ଦର,ସୁସ୍ଥ ପରିବେଶ ରେ ରହିବାକୁ ବେଶ ଭଲ ପାଆନ୍ତି । ପ୍ରତ୍ୟେକ ଲୋକ ମଧ୍ୟ ସୁନ୍ଦର ପରିବେଶରେ ରହିବାକୁ ପସନ୍ଦ କରନ୍ତି । ପରିବେଶକୁ ସବୁଜ ରଙ୍ଗରେ ଦେଖିବାକୁ ବେଶ ଭଲ ଲାଗେ । ଏହି ସବୁ ଦିଗରୁ ଦୃଷ୍ଟି ଦେଇ ବିଜେଡି ସୁପ୍ରିମୋ ତଥା ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ଓ ସ୍ୱଚ୍ଛ ଭାରତ ଗଢିବା ଦିଗରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତରେ “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ” ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୁସ୍ଥ ଓ ସ୍ୱଚ୍ଛ ଭାରତ ଗଢିବାର ଦିଗରେ ଓଡ଼ିଶା ସରକାରଙ୍କ ଏକ ଅଭିନବ ପ୍ରୟାସ “ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମ” ସଚେତନ ଯାତ୍ରା ଆଜି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ୍,ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ ଓ ରାଧାଦେଇପୁର ସ୍ୱଚ୍ଛତା ଗ୍ରାହି ଯୁବକ ଭାଇଙ୍କ ଦ୍ଵାରା ସଫଳ ରୂପାୟନ ହୋଇଛି।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment