‘ମୋ ସ୍କୁଲ ଅଭିଯାନ’ ସଂପର୍କିତ ବୈଠକ।

ତିର୍ତ୍ତୋଲ,୧୯/୦୬(ପିପିଟି); କଟରା ଗ୍ରାମପଞ୍ଚାୟତର ରାଧାକାନ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏହି ସ୍କୁଲର ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଯୋଗାଣ ବିଭାଗର ସ୍ଵତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ହେମନ୍ତ କୁମାର ସ୍ବାଇଁ ନିଜେ ପାଠ ପଢି ବଡ ହୋଇଥିବା ସ୍କୁଲ ପାଇଁ କିଛି କରି ପାରିବା ଗୌରବର କଥା ବୋଲି କହିଛନ୍ତି । ଏହି ବୈଠକରେ ତିର୍ତ୍ତୋଲ ଵିଡିଓ ଅଟଳ ବିହାରୀ ସ୍ଵାଇଁ, ପ୍ରାକ୍ତନ କ୍ରୀଡା ଶିକ୍ଷକ ଧିରେନ୍ଦ୍ର ନାଥ ବିଶ୍ୱାଳ, ଶିକ୍ଷକ ବିଜୟ କୁମାର ସ୍ବାଇଁ,ପୁରାତନ ଛାତ୍ର ନୃସିଂହ ଚରଣ ସାହୁ, କଟରା ଗ୍ରାମପଞ୍ଚାୟତର ସରପଞ୍ଚ ଶିତିକଣ୍ଠ ସ୍ଵାଇଁ ଓ ସମିତି ସଭ୍ୟ ବାଇଧର ବଳ ଯୋଗ ଦେଇଥିଲେ । ଏହି ବୈଠକରେ “ମୋ ସ୍କୁଲ ଅଭିଯାନ” ଯୋଜନାରେ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ଵାରା ପ୍ରଦତ୍ତ ଅର୍ଥର ସୁବିନିଯୋଗ ଉପରେ ଆଲୋଚନା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ହେମନ୍ତ କୁମାର ସ୍ବାଇଁ କଟରା ପଞ୍ଚାୟତ ଅନ୍ତର୍ଗତ ସୁସଙ୍ଗ ଗ୍ରାମର ବାସିନ୍ଦା ଅଟନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ହୋଇଥିଲେ ମଧ୍ୟ ନିଜ ଅଞ୍ଚଳର ଉନ୍ନତି ନିମନ୍ତେ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ଏହି ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟକୁ “ମୋ ସ୍କୁଲ ଅଭିଯାନ” ରେ ସାମିଲ ହୋଇ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment