‘ମୋ ସରକାର’ ଯୋଜନାର ଲାଭ ପାଇଲେ କୁକୁଡାଖଣ୍ଡି ଛାତ୍ର,ତହସିଲ କାର୍ଯ୍ୟାଳୟରୁ ୨୪ ଘଣ୍ଟା ମଧ୍ୟରେ ମିଳିଲା ଓବିସି ପ୍ରମାଣପତ୍ର ।

କୁକୁଡାଖଣ୍ଡି,୦୧/୧୨;ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଠିକ ସମୟରେ କାର୍ଯ୍ୟ ସମ୍ପାଦନ ହେଉନଥିବା ନେଇ ଅଭିଯୋଗ ସାମ୍ନାକୁ ଆସୁଥିବା ନଜିର ରହିଚି । ଏପରିକି ଜନସାଧାରଣ ବର୍ଷବର୍ଷ ଧରି କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେ ମଧ୍ୟ କୌଣସି କାର୍ଯ୍ୟସିଦ୍ଧି ହେଉନଥିବା ନେଇ ବିରୋଧୀ ବହୁବାର ଦାବି ମଧ୍ୟ ଉଠାଇଚନ୍ତି । ଯାହାକି କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟରେ ସମ୍ପୂର୍ଣ ରୂପରେ ଭୁଲ ପ୍ରମାଣିତ ହୋଇଛି । ମିଳିଥିବା ସୂଚନା ମୁତାବକ ଓବିସି ପ୍ରମାଣପତ୍ର ମିଳିନଥିଲେ କୁକୁଡାଖଣ୍ଡି ଅଞ୍ଚଳର ଜଣେ ଗରିବ ମେଧାବୀ ଛାତ୍ର ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ ଇନ୍ ଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଯୁକେସନ ଆଣ୍ଡ ରିସର୍ଚ୍ଚ (ନାଇଜର) ରେ ନାମ ଲେଖାରୁ ବଞ୍ଚିତ ହୋଇଥାନ୍ତେ । ପ୍ରଶାସନିକ ସହଯୋଗ କାରଣରୁ ୨୪ ଘଣ୍ଟା ମଧ୍ୟରେ ଏପରିକି ଛୁଟି ଦିନରେ ନିଜ ପ୍ରମାଣ ପତ୍ର ପାଇଁ ନାମ ଲେଖାଇ ପରିଚନ୍ତି ମେଧାବୀ କୁକୁଡାଖଣ୍ଡିର ଛାତ୍ର ବିଧୁ ଭୂଷଣ ନାୟକ । ଏଥିପାଇଁ ସେ କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଚନ୍ତି । ନ୍ୟସ୍ନାଲ ଏଣ୍ଟ୍ରାନ୍ସ ସ୍କ୍ରିନି ଟେଷ୍ଟ(ନେଷ୍ଟ)ରେ କୃତକାର୍ଯ୍ୟ ହୋଇଥିଲେ ବିଧୁ ଭୂଷଣ ନାୟକ ଏବଂ ଗତ ୨୮ ତାରିଖରେ ନାମଲେଖା ପାଇଁ ନାଇଜରରୁ ଇଣ୍ଟିମେସନ ଆସି ପହଞ୍ଚିଥିବାବେଳେ ବିଧୁଭୂଷଣ ସମସ୍ତ ପ୍ରକାର ପ୍ରମାଣ ପତ୍ର ଶିକ୍ଷାନୁଷ୍ଟାନରେ ଦାଖଲ କରିଥିଲେ । କିନ୍ତୁ ୨୦୧୮ ମସିହାର ଓବିସି ପ୍ରମାଣପତ୍ରକୁ କତୃପକ୍ଷ କୌଣସି ପ୍ରକାରେ ଗ୍ରହଣ କରିନଥିଲେ । ଅପରିକି ରବିବାର ୨ ଟା ମଧ୍ୟରେ ଚଳିତ ବର୍ଷର ପ୍ରମାଣପତ୍ର ପ୍ରଦାନ ନକରିପାରିଲେ ନାମଲେଖା ହୋଇପାରିବ ନାହିଁ ବୋଲି ସିଧାସଳଖ କତୃପକ୍ଷ ଶୁଣାଇଥିଲେ । ଯାହାଫଳରେ ଶନିବାର ଦିନ ହିଁ କୁକୁଡାଖଣ୍ଡି ଜନସେବା କେନ୍ଦ୍ରରେ ପ୍ରମାଣ ପତ୍ର ପାଇବା ପାଇଁ ଆବେଦନ କରିଥିଲେ ଛାତ୍ର ଜଣଙ୍କ କିନ୍ତୁ ନିୟମ ଅନୁସାରେ ୧୫ ଦିନ ମଧ୍ୟରେ ସମସ୍ତ ନୀତିନିୟମ କାର୍ଯ୍ୟକାରୀ ହୋଇ ପ୍ରମାଣପତ୍ର ମିଳିବ ବୋଲି କହିଥିଲେ ଜନସେବା କେନ୍ଦ୍ର କତୃପକ୍ଷ । ଏଥିରେ ସେ ବିଚଳିତ ହେବା ସହ କୌଣସି ପ୍ରକାରେ ମୋ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସ୍ଥିର କରିସାରିଥିଲେ । ଶନିବାର ରାତି ପ୍ରାୟ ୯ ଟା ସମୟରେ ବିଧୁଭୂଷଣ ତହସିଲଦାରଙ୍କୁ ନିଜ ଅସୁବିଧା କହିବା ସହ ମୋର ପ୍ରମାଣପତ୍ର ନିହାତି ଆବଶ୍ୟକ ନଚେତ ମୋ ଭବିଷ୍ୟତ ଅନ୍ଧକାରକୁ ଚାଲିଯିବ ବୋଲି ଫୋନ ଯୋଗେ କହିଥିଲେ । ତହସିଲଦାର ଛାତ୍ର ଜଣଙ୍କ ଠାରୁ ସବୁ କଥା ଶୁଣିବା ପରେ ତୁମକୁ ରବିବାର ଦିନ ୧୨ଟା ସୁଦ୍ଧା ପ୍ରମାଣପତ୍ର ମିଳିଯିବ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ପ୍ରତିଶୁତି ଦେଇଥିଲେ । ଏବଂ ରାତିରେ କୁକୁଡାଖଣ୍ଡି ରାଜସ୍ବ ନିରୀକ୍ଷକଙ୍କୁ କ୍ଷେତ୍ର ପରିଦର୍ଶନ କରି ବିଧୁଭୂଷଣର ବିବୃତି ତହସିଲ କାର୍ଯ୍ୟାଳୟରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ରବିବାର ୧୨ ଟା ସୁଦ୍ଧା ଉକ୍ତ ଛାତ୍ରଙ୍କୁ ପ୍ରମାଣପତ୍ର ମିଳିଥିଲା ପରବର୍ତ୍ତୀ ସମୟରେ ଉକ୍ତଦିନ ହିଁ ନାଇଜରରେ ପ୍ରମାଣପତ୍ର ଦାଖଲ କରିବା ସହ ନାମ ଲେଖାଇ ପାରିଥିଲେ ବିଧୁ ଭୂଷଣ । ଛୁଟି ଦିନରେ ପୁଣି ୨୪ ଘଣ୍ଟା ମଧ୍ୟରେ ପ୍ରମାଣପତ୍ର ପାଇଥିବା କାରଣରୁ ଜଣେ ଗରିବ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଗଢ଼ି ହୋଇପାରିଚି ଯାହାକୁ ନେଇ କୁକୁଡାଖଣ୍ଡି ତହସିଲଦାରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏନେଇ ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ କହିବା କଥା ଜନସାଧାରଣଙ୍କ କାର୍ଯ୍ୟ କରିବା ପାଇଁ ସରକାର ଆମକୁ ଦାୟୀତ୍ବ ଦେଇଛନ୍ତି ଏବଂ କିପରି ତାହା ସୁଚାରୁ ରୂପରେ ପରିଚାଳନା ହେବ ତାହା ଆମର କର୍ତ୍ତବ୍ୟ ଏହା ପ୍ରଥମ ଘଟଣା ନୁହଁ ଛୁଟି ଦିନରେ ବହୁବାର ଏହିପରି କାର୍ଯ୍ୟ ସାଧିତ ହୋଇଚି । ବ୍ୟକ୍ତିଗତ ଭାବରେ ନିଷ୍ଠାପର ଭାବରେ ପାଠପଢ଼ି ଆଜିର ଦିନରେ ସମାଜରେ ପ୍ରତିଷ୍ଟିତ ହେବା କେତେ ଯେ କଷ୍ଟ ମୁଁ ଅଙ୍ଗେ ନିଭେଇଛି ସେଥିନିମନ୍ତେ କୌଣସି ଛାତ୍ରୀ/ଛାତ୍ରଙ୍କ କାର୍ଯ୍ୟ ମୋ ନଜରରେ ଯାହା ପଡେ ମୁଁ କୌଣସି ପରିସ୍ଥିତିରେ ମଧ୍ୟ ଅବହେଳା କରେନାହିଁ । ତହସିଲ ସମ୍ପର୍କିତ କୌଣସି କାର୍ଯ୍ୟରେ ବିଳମ୍ବ ହେଲେ ମୋତେ ସିଧାସଳଖ ଯୋଗାଯୋଗ କରନ୍ତୁ ବୋଲି କୁକୁଡାଖଣ୍ଡି ଜନସାଧାରଣଙ୍କୁ କହିଥିଲେ ଡ଼.ମିଶ୍ର ।

Comments (0)
Add Comment