ମୋ ପୋଷାକ ମୋ ପରିଚୟ ଦିବସ ।

କୋଦଳା,୦୪/୦୪(ପିପୁଟି) ଗୁରବାର ୧୧ ଘଣ୍ଟ ସମୟରେ କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ” ମୋ ପୋଷାକ – ମୋ ପରିଚୟ ” ଦିବସ ପାଳନ କରାଯାଇଅଛି । ଏଥିରେ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରି ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଅଂଶଗ୍ରହଣ କରିଥିବା ବେଳେ ସୁନ୍ଦର ହସ୍ତତନ୍ତ ଓ ଦେଶୀୟ ପୋଷାକର ଗୁରୁତ୍ୱ ସମ୍ପର୍କେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ହସ୍ତତନ୍ତ ପୋଷାକ ପରିଧାନ ନିମନ୍ତେ ଉତ୍ସାହିତ କରାଯାଇଥିଲା ଓଡ଼ିଶାର ହସ୍ତତନ୍ତ କେବଳ ଏକ ଶିଳ୍ପ ନୁହେଁ ଐତିହ୍ଯ ଓ ସାଂସ୍କୃତିକ ବିବିଧତାର ପ୍ରତୀକ । ତେଣୁ ତାହାକୁ ପରିଧାନ ନିମନ୍ତେ ଇତିହାସ, ରାଜନୀତି ବିଜ୍ଞାନ, ଓଡ଼ିଆ, ଗଣିତ, ଶିକ୍ଷା ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ୱାରା ଉଦବୋଧନ ମାଧ୍ୟମରେ ପ୍ରେରଣା ଦିଆଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Comments (0)
Add Comment