ମୋ ନାମରେ ହୋଇଥିବା ଅଭିଯୋଗକୁ ପୁଲିସ ତଦନ୍ତ କରି ସତ୍ୟାସତ୍ୟ ଅନୁସନ୍ଧାନ କରୁ । ଯାହା ସତ୍ୟ ତାହା ପଦାକୁ ଆସିବ : ବିଧାୟକ ହିମାଂଶୁ ।

ଯାଜପୁର,୩୧/୦୭(ପିପିଟି): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ରାହାଡ଼ପୁର ପାହାଡ଼ର ଏକ ଅଂଶ ଲିଜ୍ ପାଇଥିବା ସିକନ୍ଦର ଅଲ୍ଲୀଙ୍କୁ ଏଠାରେ ଉତ୍ତୋଳନ ପାଇଁ ବିରୋଧ କରାଯାଉଥିବା ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଥାନାର ଦ୍ବାରସ୍ଥ ହୋଇଥିଲେ। ଏବେ ତାଙ୍କ ପତ୍ନୀ ଦିଲଜୟ ଆଲାମ୍ ଧର୍ମଶାଳା ବିଧାୟକ ନାମରେ ନୂଆ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ୧୮ ତାରିଖରେ ତାଙ୍କ ସ୍ଵାମୀ ସିକନ୍ଦର ଅଲ୍ଲୀ ରାହାଡ଼ପୁର ପାହାଡ଼ର ଏକ କଳାପଥର ଖଣିକୁ ଲିଜ୍ ସୂତ୍ରରେ ନେଇଛନ୍ତି। କିନ୍ତୁ ସେଠାରେ ସେ ଖଣି ଅଞ୍ଚଳ ବୁଲିବାକୁ ଆସିଥିବାବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। ଆଜି ତାଙ୍କ ପତ୍ନୀ ଅନଲାଇନ ଜରିଆରେ ଜେନାପୁର ଥାନାରେ ନୂଆ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସ୍ଵାମୀଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ସେ ନିଜ ଝିଅ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ବିଧାୟକ ହିମାଂଶୁ ଶେଖର ସାହୁ ନିଜର ସହଯୋଗୀମାନଙ୍କ ସହ ଉପସ୍ଥିତ ରହି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଜାତିକୁ ଇଙ୍ଗିତ କରିଥିଲେ । ତାଙ୍କୁ ଗାଡ଼ି ଭିତରୁ ଟାଣିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ରାହାଡ଼ପୁର ଅଞ୍ଚଳକୁ ଦ୍ବିତୀୟ ଥର ଆସିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି। ରାହାଡ଼ପୁରରୁ ଉତ୍ତୋଳନ ହେଉଥିବା ବେଆଇନ କାରବାର ପ୍ରଭାବିତ ହେବା ଭୟରେ ସେ ଆମର ଲିଜ୍ ଅଞ୍ଚଳରୁ ଉତ୍ତୋଳନ କରିବାକୁ ବିରୋଧ କରୁଛନ୍ତି। ତେଣୁ ତାଙ୍କ ପରିବାରକୁ ସୁରକ୍ଷା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ସଂପୂର୍ଣ୍ଣ ଭିତ୍ତହୀନ ବୋଲି କହିଛନ୍ତି । ଯାହା ଅଭିଯୋଗ ହୋଇଛି ପୁଲିସ ତଦନ୍ତ କରି ସତ୍ୟାସତ୍ୟ ଅନୁସନ୍ଧାନ କରୁ । ଯାହା ସତ୍ୟ ତାହା ପଦାକୁ ଆସିବ ଏ ଘଟଣା ସଂପର୍କରେ ଆଦୌ ଅବଗତ ନଥିବା ବିଧାୟକ କହିଛନ୍ତି ।

Comments (0)
Add Comment