***ମୋ ଚିନ୍ତନ***

ଅତିତରେ ଥିଲି ପିଲା
ଭବିଷ୍ଯତେ ବୁଢା…
ଅତିତରେ ପାଇ ଜନ୍ମ
ଏବେ ମୃତ୍ଯୁ ଛିଡା….!!
ଅତିତ ଗଲାଣି ସରି
ଲମ୍ବା ପଥ ଡେଇଁ….
କେମିତି କଟିଲା ଦିନ
ବୁଝି ହେଲା ନାହିଁ…..!!
ସବୁ ଲାଗେ ବର୍ତ୍ତମାନ
କିନ୍ତୁ ପ୍ରହେଳିକା….
ଫେରିବନି ସେ ଅତିତ
ସ୍ମୃତି ଫିକା ଫିକା….!!
ନାହିଁ ପାଶେ ବାପା ମାଆ
ଗଲେ ଚାଲି ମିଶି….
ପୁରୀ ମହୋଦଧି କୂଳେ
ବିସର୍ଜିଲି ଅସ୍ଥି….!!
ଏହି ଶ୍ରୀମନ୍ଦିର ଶାକ୍ଷୀ
ଏହି ଜଗା ଶାକ୍ଷୀ….
ଆସିବା ବେଳେ ଆନନ୍ଦ
ଯିବା ବେଳେ ଦୁଃଖୀ….!!
ନୀଳଚକ୍ରେ ଉଡେ ବାନା
ବାୟୁ ଚଳାଚଳେ….
ସ୍ଥିର ହେଲେ ବାୟୁ ଘଟେ
ପିଣ୍ଡତ ନଚଳେ….. !!
ଆସିବା ଯିବା ଲାଗିଛି
ବିଚିତ୍ର ବ୍ରହ୍ମାଣ୍ଡେ…
ଯାହା ଯେତେ ସ୍ବପ୍ନ ଦେଖ
ରହି ବଡ ଦାଣ୍ଡେ….!!
କିବା ଅଛି ସୁଖ ଶୀରି
ଅସ୍ଥିର ଜୀବନ…
କେତେ ବେଳେ ଉଡିବ
ଶୂନ୍ଯେ କାହା ପ୍ରାଣ….!!
ସରିଲାଣି ସମୟ ତ
ଫେରିବାର ବେଳ….
ଅଦୃଶ୍ଯେ ଜଗିଛି କାଳ
ହୋଇ ବିକଟାଳ….!!
ଲୋଭ ମୋହ ମାୟା
ଗର୍ବ ଆଦି ଅହଙ୍କାର….
କି ହେବ କି ହେବ ମନ
ଏ ଘଟ ନଶ୍ବର…!!
ସବୁ ମାୟା ଏଠି ସାର
ଅସାର ଜଗତ….
ମୋର ମୋର ତୁଛ ମନ
ପରମ ବ୍ରହ୍ମ ସତ୍ଯ….!!
ସଭିଙ୍କୁ ମଣି ଆପଣା
ମମତାରେ ବାନ୍ଧ….
ଫେଡି ମନୁ ଭେଦ ଭାବ
ତୁଟା ଯେତେ ଦ୍ବନ୍ଦ…..!!
ସବୁ ଘଟେ ନାରାୟଣ
ନୁହେଁ ଉଚ୍ଚ ନୀଚ୍ଚ…
ବ୍ରହ୍ମମୟ ଏ ସଂସାର
ଆଉ ସବୁ ମିଛ…..!!

(କେଶବ ଚନ୍ଦ୍ର ନାୟକ)
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment