କୋଦଳା,୧୫/୦୪(ପିପିଟି); ନବଜନ୍ମିତ କନ୍ୟାସନ୍ତାନଙ୍କ ମାତା, ପିତା ଓ ପରିବାରକୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ପ୍ରଶାନ “ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପ୍ରତ୍ୟେକ ମାଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗୁରୁବାର କୋଦଳା ଅଙ୍ଗନୱାଡି ସେକ୍ଟର ପକ୍ଷରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ନିର୍ଦ୍ଦେଶ ତଥା ସୁପରଭାଇଜର ମମତା ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ କୋଦଳା ଦଣ୍ଡେଶ୍ୱର ମନ୍ଦିର ଆଶ୍ରୟ ସ୍ଥଳରେ ନବଜନ୍ମିତ ଶିଶୁ କନ୍ୟା ଓ ମା ମାନଙ୍କୁ ନେଇ “ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ୟା ହେଉଛି ଆମର ଅମୁଲ୍ୟସମ୍ପଦ, କନ୍ୟା ସୁରକ୍ଷିତ ନ ରହିଲେ ସଂସାର ତିଷ୍ଠିବା ସମ୍ଭାଵପର ନୁହଁ । ଶିଶୁର ସୁରକ୍ଷା ଆମ୍ଭର ଦାୟିତ୍ୱ ବୋଲି ସୁପରଭାଇଜର କହିଥିବା ବେଳେ ତିନିଜଣ ନବଜନ୍ମିତ ଶିଶୁ କନ୍ୟାଙ୍କୁ ବନ୍ଦାପନା ସହିତ କେକ କାଟି ଶିଶୁଙ୍କୁ ସ୍ୱାଗତ କରି ମା ମାନଙ୍କୁ ଉତ୍ସାହିତ କରାଯାଇଥିଲା ଓ ଶିଶୁ ମାନଙ୍କୁ କଣ୍ଢେଇ ଓ ପୋଷାକ ବିତରଣ କରାଯାଇଥିଲା ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )