” ମୋ ଅଧିକାର ମୋତେ ଦରକାର ” ସ୍ଲୋଗାନ ନେଇ ଧାରଣାରେ ବସିଲେ କାଉନ୍ସିଲର;ପୁଲିସର ହସ୍ତକ୍ଷପ ପରେ ଧାରଣା ପ୍ରତ୍ୟାହୃତ ।

କୋଦଳା,୧୨/୦୯(ପିପିଟି):ଏନ୍ଏସି ଅଧ୍ଯକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟର ତଦନ୍ତ ଦାବୀ କରିବା ସହ “ମୋ ଅଧିକାର ମୋତେ ଦରକାର” କହି କୋଦଳା ଏନ୍ଏସି କାର୍ଯ୍ୟାଳୟ ପରିସର ରେ କଳାବ୍ୟାଡ଼ଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଧାରଣାରେ ଜଣେ କାଉନସିଲର ବସିଥିବା ବେଳେ ପୁଲିସର ହସ୍ତାକ୍ଷପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି ।

ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ରେ ବ୍ୟାପକ ଦୁର୍ନୀତି, ଅର୍ଥ ଅନିୟମିତତା, କାଉନସିଲ ବୈଠକରେ ପ୍ରସ୍ତାବ ଆଗତ ନକରି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା , ପୋଖରୀ ଲିଜ ରେ ଜାଲିଆତି ଭଳି ବିଭିନ୍ନ ପ୍ରସଙ୍ଗ କୁ ନେଇ କୋଦଳା ୱାର୍ଡ ନଂ ୧୧ କାଉନସିଲର ଭଗବାନ ପାଢ଼ୀ ଏନ୍ଏସି କାର୍ଯ୍ୟଳୟ ପରିସରରେ ଆଖିରେ କଳା ପଟି ବାନ୍ଧି ଧାରଣା ଦେଇଥିବା ଦେଖିବାକୁ ମିଳିଛି । କାଉନସିଲରଙ୍କ ଦାବୀ ମୁତାବକ ଏନ୍ଏସି ରେ ସରକାରୀ ଅର୍ଥ ଅନିୟମିତତା ଓ ଏକ ଚାଟିଆ ଶାସନ ସାଙ୍ଗକୁ ବିଶେଷ କରି କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ କରିଛନ୍ତି,ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି ହୋଇଥିଲେ ସୁଦ୍ଧା କାହିଁକି ରିଲିଭ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି କାଉନସିଲର । ଏ ସବୁ ଘଟଣାକୁ ନେଇ ନେଇ ଧାରଣା ଦେଇଥିବା କାଉନସିଲର ଶ୍ରୀ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଫୋନ ଯୋଗେ କଥା ହେବା ପରେ ତଦନ୍ତ କରାଯିବ ବୋଲି ପ୍ରତିଶୃତି ମିଳିଥିବା ଜଣାଇଛନ୍ତି । ଏହାକୁ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ପଚାରିବାରୁ ସେ କହିଥିଲେ ଯେ ସୁଭଦ୍ରା ଯୋଜନା କାର୍ଯ୍ୟରେ ମୁଁ ବ୍ୟସ୍ତ ଅଛି, ଦୟାକରି ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରନ୍ତୁ, ଅଧ୍ୟକ୍ଷ କହିଲେ ଯେ ଏଥିରେ କୌଣସି ସତ୍ୟତା ନାହିଁ, ଅଭିଯୋଗ ଭିତ୍ତିହୀନ, ମାଛ ବନ୍ଧ ଲିଜ ଦିଆଯାଇ ନାହିଁ, ଯଦି ମାଛ ଛାଡିବାର ପ୍ରମାଣ ମିଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,କନିଷ୍ଠ ଯନ୍ତ୍ରୀ ମାତ୍ର ଜଣେ ଥିବାରୁ ବର୍ତ୍ତମାନ ବଦଳି ହୋଇପାରୁନାହିଁ,ଅନ୍ୟ ଜେଇ ଆସିବା ପରେ ବିଭାଗୀୟ ଅଧିକାରୀ ଯାହା ନିଷ୍ପତ୍ତି ନେବେ ,ପ୍ରକାଶ ଥାଉ କି ଅଗଷ୍ଟ ମାସରେ ମଧ୍ୟ ୯ ଜଣ କାଉନସିଲର ସମାନ ଅଭିଯୋଗ ନେଇ ଧାରଣା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

Comments (0)
Add Comment