ମୋହନା ପୁଲିସର ଚନ୍ଦନ କାଠ ତସକରି ଉପରେ କବ୍ଜା ।

ମୋହନା,୧୩/୦୯(ପିପିଟି); ଶନିବାର ଦିନ ୧ ଟା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଲା ଯେ ଅର ଉଦୟଗିରି ଅଞ୍ଚଳର ଛେଳିଗଡ ଏରିଆ ରୁ ଏକ ଯାଇଲୋ କାର ରେ ଚନ୍ଦନ କାଠ ବ୍ରହ୍ମପୁର କୁ ଚୋରା ଚାଲାଣ ହେଉଛି। ସଂଗେ ସଂଗେ ଆଇ.ଆଇ.ସି ସୁଜିତ ନାୟକଙ୍କ ନିର୍ଦ୍ଦେଶରେ ଥାନା ଏସ ଆଇ ସିନ୍ଧୁ ସାର୍କା ଓ ଷ୍ଟାଫ ଲୁହଗୁଡି ଓ କମାଲପୁର ମଝି ରେ ବ୍ଲକିଙ୍ଗ କରିଲେ ଓ ଛେଳିଗଡ଼ ପଟୁ ଆସୁଥିବା ଉକ୍ତ କାର କୁ ଅଟକାଇ ସେଥିରେ ଚେକ କରିବାରୁ ସମୁଦାୟ ୫ ଟି ବସ୍ତା ରେ ଚନ୍ଦନ କାଠ ସବୁ ମିଳିଲା। ସମୁଦାୟ ଓଜନ ୭୯ କେଜି ୨୭୦ ଗ୍ରାମ ହେଲା। ଆସାମୀ ମାନକ ଠାରୁ ୩୯୦୦୦ ଟଙ୍କା ମଧ୍ୟ ଜବତ ହେଇଛି । ଆସାମୀ ମାନେ ଆର ଉଦୟଗିରି ଅଞ୍ଚଳରୁ ଚୋର ରେ ଚନ୍ଦନ କାଠ କିଣି ବ୍ରହ୍ମପୁର କୁ ଚୋରା ଚାଲାଣ କରୁଥିଲେ। ଜବତ ହେଇଥିବା ଚନ୍ଦନ କାଠ ର ଆନୁମାନିକ ମୂଲ୍ୟ ୧.୨ ଲକ୍ଷ ହେବ। ପରିସେଶ ରେ ଉକ୍ତ ବ୍ୟକ୍ତି , ଜବତ ହୋଇଥିବା ଚନ୍ଦନ କାଠ ଓ ଅନ୍ୟାନ୍ୟ ଜିନିଷ ସବୁ ଓ ଗାଡିକୁ ଚନ୍ଦ୍ରଗିରି ଫରେଷ୍ଟ ରେଞ୍ଜକୁ ହସ୍ତାନ୍ତର କରା ଯାଇଥିଲା। ଏଥିରେ ସଂପୃକ୍ତ ପ୍ରତାପ କୁମାର ନାୟକ(୩୦),ମହମ୍ମଦ ଜମଶେଦ(୪୭) ଓ ଶ୍ରରଣ କୁମାର ଶର୍ମା(୪୨)ୟୁପି ଙ୍କୁ ମଧ୍ୟ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

Comments (0)
Add Comment