ମୋବାଇଲ ଫେରି ପାଇ ପୁଲିସକୁ କୃତଜ୍ଞତା ଜଣାଇଲେ ମାଲିକ ।

ଭଞ୍ଜନଗର, ୧୬/୧୦(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜାମପଲ୍ଳୀ କନ୍ଧସାହିର ଏମ୍ ମାରିଆ ଏବଂ ତାର ପୁଅ କିଛି ଚୋରଙ୍କ ସହାୟତାରେ ବିଭିନ୍ନ ସ୍ଥାନରୁ ନାମିଦାମୀ ମୋବାଇଲ ଚୋରୀ କରିବା ପରେ ସେସବୁ ଘରେ ଆଣି ରଖିବା ପରେ ସମୟ ସୁବିଧା ଦେଖି ତାହାକୁ ରାଜ୍ୟ ବାହାରେ ବିଶାଖାପାଟଣା, ହାଇଦ୍ରାବାଦ ସମେତ ବିଭିନ୍ନ ବଡ ସହରରେ ନେଇ ବିକ୍ରି କରୁଥିଲା।ଏସମ୍ପର୍କରେ ଖବର ପାଇ ପୁଲିସ ଗତ ୧୪ତାରିଖରେ ଚୋରୀ ମୋବାଇଲ ବିକ୍ରି କରିବା ଅଭିଯୋଗରେ ମାରିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଠାରୁ ବିଭିନ୍ନ ନାମୀଦାମୀ କମ୍ପାନୀର ୨୪ଟି ଦାମୀ ମୋବାଇଲ,ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ ବ୍ୟାଗ୍ ଜବତ ହୋଇଥିଲା।
ପୁଲିସ ଜବତ ମୋବାଇଲ ଫୋନର ଆଇଏମଇଆଇ ନମ୍ବର ଦେଖି ପ୍ରକୃତ ମାଲିକ ମାନଙ୍କୁ ଖୋଜିବା ପରେ ଆଜି କଟକ ଜିଲ୍ଲା ତରିଲୁ ଗ୍ରାମର ପ୍ରତାପ କିଶୋର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ଗଙ୍ଗା ପାଟଣାର ଶ୍ୟାମ ସୁନ୍ଦର ସାହୁ ଓ ଖୋର୍ଦ୍ଧା ଜିଲ୍ଲା ବନମାଳୀ ପୁର ଗ୍ରାମର ଅଜିତ କୁମାର ବେହେରା ଏହି ୩ଜଣଙ୍କୁ ଗଞ୍ଜମ ଏସ୍ପି ଜଗ ମୋହନ ମିନା ସେମାନଙ୍କ ମୋବାଇଲ ଫୋନ ହସ୍ତାନ୍ତର କରିଛନ୍ତି। ନିଜ ମୋବାଇଲ ଫେରି ପାଇଥିବାରୁ ମାଲିକ ମାନେ ଗଞ୍ଜମ ଏସ୍ପି ଜଗ ମୋହନ ମିନା, ଭଞ୍ଜନଗର ଏସଡ଼ିପିଓ ବିଶ୍ଵାମିତ୍ର ହରପାଲ, ଆଇଆଇସି ଭଗବାନ ପୂଜାରୀ ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ୍-  ଜୟକୃଷ୍ଣ ପଟ୍ଟନାୟକ

Comments (0)
Add Comment