ମୋବାଇଲ ଦୋକାନରୁ ବୋଡ଼ା ସାପ ଉଦ୍ଧାର ।

ଭଞ୍ଜନଗର, ୨୧/୦୯(ପିପିଟି ):ବର୍ଷା ଛାଡ଼ି ଯିବା ପରେ ସାପମାନେ ଏବେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି।ଆଜି ସକାଳେ ଭଞ୍ଜନଗର ସ୍ଥିତ ଭେଜିପୁଟ ଶିବ ମନ୍ଦିର ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସରୁ ଏକ ବୋଡ଼ା ସାପ ଉଦ୍ଧାର କରାଯାଇଛି।ଏକକାର୍ତ୍ତିକ ମୋବାଇଲ ପଏଣ୍ଟର ସଟର ନିକଟରେ ସାପଟି ଥିବା ଦେଖି ଦୋକାନ ମାଲିକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁଙ୍କୁ ଜଣାଇଥିଲେ।ସଙ୍ଗେ ସଙ୍ଗେ ସଞ୍ଜୟ ସେହି ସ୍ଥାନରେ ପହଞ୍ଚି ସାପ ଟିକୁ ଉଦ୍ଧାର କରିବା ସହ ଏକ ବସ୍ତାରେ ପୁରାଇ ତାକୁ ନିକଟସ୍ଥ ସୋରାଦେବୀ ମନ୍ଦିର ଜଙ୍ଗଲରେ ଛାଡିଥିଲେ।ଉଦ୍ଧାର ସାପଟିର ଲମ୍ବ ପ୍ରାୟ ସାଢ଼େ ୬ଫୁଟ ହେବ ବୋଲି ଜଣାପଡ଼ିଛି। ଏଥିରେ ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ ଓ ସ୍ଥାନୀୟ ଯୁବଗୋଷ୍ଠୀ ସହଯୋଗ କରିଥିଲେ।କିଛି ଦିନ ପୂର୍ବେ ଲଣ୍ଡେଇ ସାହି ଏସବିଆଇ ଏଟିଏମ୍ ନିକଟରୁ ମଧ୍ୟ ପୋଲିସ, ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଏକ ବୋଡ଼ା ସାପ ଉଦ୍ଧାର ହୋଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment