ମୋଟର ସାଇକେଲ ଦୁର୍ଘଟଣା ରେ ଜଣେ ମୃତ ।

ମାଲକାନଗିରି,୨୬/୦୧(ପିପିଟି): କୁଡୁମୁଲୁଗୁମ୍ମା ନିକଟସ୍ଥ କାଦଗୁଡା ଠାରେ ଏକ ମୋଟର ସାଇକଲ ଆରୋହୀ ଦ୍ରୁତଗତିରେ ଯାଉଥିବା ବେଳେ ଗାଡିଟି ଭାରସାମ୍ଯ ହରାଇ ଏକ ଗଛରେ ପିଟି ହେବା ଯୋଗୁଁ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡି ଯାଇଥିଲା । ମାଥିଲି ବ୍ଲକ ଅନ୍ତର୍ଗତ ବାଲିଗୁଡା ଗ୍ରାମର ଜଳନ୍ଧର ତୋଟାପାଡିଆ (୧୯) ନାମକ ଯୁବକ ଜଣକ ଭୋର ସକାଳୁ ନିଜ ଗ୍ରାମକୁ ଫେରିବା ସମୟରେ ନିଜେ ଚଲାଉଥିବା ମୋଟର ସାଇକେଲଟି ଭାରସାମ୍ୟ ହରାଇ କାଦଗୁଡା ଗ୍ରାମ ନିକଟସ୍ଥ କାଳୀ ମନ୍ଦିର ରାସ୍ତା କଡରେ ଥିବା ଏକ ଗଛକୁ କ୍ଷୀପ୍ରଗତିରେ ଧକ୍କା ଦେଇଥିଲେ Iଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଯୁବକଟିର ପ୍ରାଣବାୟୁ ଉଡିଯାଇଥିଲା । ସୂଚନା ପାଇ ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଶବକୁ ବ୍ୟବଛେଦ ହେଲା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏଥିନେଇ ଓର୍କେଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment