ମୋଟର ସାଇକେଲ୍ ଦୂର୍ଘଟଣା; ଦୁଇ ଯୁବକ ଆହତ ।

ଭଞ୍ଜନଗର,୦୯/୦୧(ପିପିଟି): ବେଲଗୁଣ୍ଠା ବ୍ଳକ୍ ଘୁ.ନୂଆଁଗାଆଁ ବ୍ରିଜ୍ ନିକଟରେ ଏକ ମୋଟରସାଇକେଲ୍ ଦୂର୍ଘଟଣାରେ ଦୁଇ ଯୁବକ ଆହତ ହୋଇ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଖବର ମିଳିଛି । ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କାଳିଆ ସାହୁ ଏବଂ ଦୀପକ ସେଠୀ କ୍ରିକେଟ ଖେଳି ମୋଟର ସାଇକେଲ୍ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । କାଳିଆ ମୋଟରସାଇକେଲ୍ ଚଳାଉଥିବା ବେଳେ ଦୀପକ ପଛରେ ବସିଥିଲା । ହଠାତ୍ ଉଭୟେ ମୋଟରସାଇକେଲ୍ ସହିତ ଭାରସାମ୍ୟ ହରାଇ ଘୁ.ନୂଆଁଗାଆଁ ବ୍ରିଜ୍ ପୂର୍ବରୁ ତଳକୁ ଖସି ଏକ ଜମି ଭିତରକୁ ପଶିଯାଇଥିଲେ । ଫଳରେ କାଳିଆ ଗୁରୁତର ଆହତ ହେବା ସହିତ ଦୀପକ ସାମାନ୍ୟ ଆହତ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ସେଠାରୁ କାଳିଆର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କାଳିଆର ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ସୁଚନା ମିଳିଛି ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment