ମୋଟର ଚାଳକ ଦିବସ ପାଳିତ ଏବଂ ବିଶ୍ୱକର୍ମା ପୂଜା ସମାପିତ ।

ପଦ୍ମପୁର,୧୮/୦୯(ପିପିଟି); ବରଗଡ ଜ଼ିଲ୍ଲା ଝାରବନ୍ଧ ଠାରେ ଓଡିଶା ମୋଟର ଚାଳକ ସଂଘ ଝାରବନ୍ଧ ଶାଖା ପକ୍ଷରୁ ମୋଟର ଚାଳକ ଦିବସ ପାଳିତ ହେବା ସହ କୋଭିଡ ଗାଇଡ଼ ଲାଇନ ଅନୁସାରେ କେବଳ ବିଧିରକ୍ଷା ନିମନ୍ତେ ସାମାଜିକ ଦୂରତା ପାଳନ କରି ମୁହଁରେ ମାସ୍କ ଲଗାଇ ବିଶ୍ୱକର୍ମା ପୂଜା ପାଳିତ ହୋଇ ଯାଇଛି । ସୀମିତ ସଂଖ୍ୟକ କର୍ମକର୍ତ୍ତା ଏବଂ ପଣ୍ଡିତ ସନ୍ତୋଷ କୁମାର ଦାସଙ୍କ ଦ୍ୱାରା ପୋଖରୀରୁ କଳସ ଆଣି ମଣ୍ଡପରେ ସ୍ଥାପନ କରି ଯଥା ରୀତି ନୀତି ଅନୁସାରେ ବିଶ୍ୱକର୍ମା ପୂଜା କେବଳ ବିଧିରକ୍ଷା ନିମନ୍ତେ ପାଳନ କରାଯାଇଛି । ବିନା ସାଜସଜ୍ଜା ବିନା ଭକ୍ତ ରେ ଚଳିତ ବର୍ଷ ବିଶ୍ୱ କର୍ମା ପୂଜା ସମାପିତ ହୋଇ ଯାଇଛି । ୧୭ ତାରିଖ ଚାଳକ ଦିବସ ଅବସରରେ ମହାମାରୀ କରୋନା ପାଇଁ କୋଭିଡ ଗାଇଡ଼ ଲାଇନ ପାଳନ କରି ଚାଳକ ଦିବସ ପାଳନ କରାଯାଇଛି । କୋଭିଡ୍ ଜନସଚେତନତା ପାଇଁ ଝାରବନ୍ଧ ଚାଳକ ସଂଘ ସଭାପତି ଗୋବିନ୍ଦ ସାହୁ, ଉପ ସଭାପତି ମନୋରଞ୍ଜନ ନାଏକଙ୍କ ତତ୍ୱାବଧାନରେ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶୁଭେନ୍ଦୁ ସାହୁ, ଭୀମା ନିଆଲ, ଉପେନ୍ଦ୍ର ଥପା, ଧନରଞ୍ଜନ ପ୍ରଧାନ, ସହଦେଵ ରଣା, ଡୋଲାମଣି ନାଗ, ହଳଧର ବାଗ, ଗୌତମ ରଣା, ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Comments (0)
Add Comment