ମୋଟରସାଇକେଲ୍ ଦୁର୍ଘଟଣାରେ ଯୁବକ ଗୁରୁତର ।

ବେଲଗୁଣ୍ଠା,୧୬/୦୬(ପିପିଟି) : ଆଜି ସକାଳେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଆଜି ସକାଳ ୧୧ ଘଣ୍ଟା ୨୦ ମିନିଟ୍ ସମୟରେ ବେଲଗୁଣ୍ଠା ଆଳିଆ ସାହିର ବାଦଲ ଖଣ୍ଡୁଆଳ ଏକ ସ୍କୁଟିରେ ଏକ ଭୋଜିରେ ଯୋଗ ଦେବା ପାଇଁ ବେଲଗୁଣ୍ଠାରୁ କୁମାରଶୁଣି ଅଭିମୁଖେ ଯାଉଥିଲେ । ଏହି ସମୟରେ ପଥରାପଲ୍ଲୀ ନିକଟରେ ଏକତାଳର ଗଣେଶ ପ୍ରଧାନ ବାଲିପଦର ପଟୁ ଏକ ମୋଟରସାଇକେଲ୍ ରେ ଆସି ବାଦଲ ସହିତ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ବାଦଲ ଗୁରୁତର ଭାବେ ଆହତ ହୋଇଥିଲେ । ବାଦଲର ଗୋଡ଼, ଛାତି, କାନରେ ଗଭୀର କ୍ଷତ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ୧୦୮ ଯୋଗେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିବା ପରେ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ପଠାଇ ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହ ଗଣେଶକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁ୍ଥିବା ସୂଚନା ମିଳିଛି ।

ରିପୋର୍ଟ – ସୁଶାନ୍ତ କୁମାର ବେହେରା

Comments (0)
Add Comment