ମେ ମାସ ୧୫ ପର୍ଯ୍ୟନ୍ତ ନୀତିକାନ୍ତି ବ୍ୟତୀତ ଭକ୍ତଙ୍କ ଦର୍ଶନ ବନ୍ଦ -ତହସିଲଦାର ।

କୋଦଳା,୨୨/୦୪(ପିପିଟି); କରୋନା ର ଦ୍ଵିତୀୟ ଲହର ଅତି ଭୟଙ୍କର ରୂପରେ ଦେଖାଦେଇଛି!ଏହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲ ପ୍ରଶାସନ ଦୃଢତାର ସହିତ ଏହାର ମୁକାବଲା କରିବା ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛି । ପ୍ରତ୍ୟେକ ଦିନ ବିଭିନ୍ନ ଅନୁଷ୍ଠାନକୁ ନେଇ ସେମାନଙ୍କ ସହିତ ଆଲୋଚନା କରିବା ସହିତ ସଚେତନ କରୁଥିବା ଜଣାପଡ଼ିଛି । ଏହି କରୋନା କଟକଣାକୁ ନେଇ ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ର ୫୧ ଗୋଟି ମନ୍ଦିର ପରିଚାଳନା କର୍ମକର୍ତ୍ତାଙ୍କୁ ନେଇ ଏକ ସଚେତନତତା କାର୍ଯ୍ୟକ୍ରମ କୋଦଳା ତହସିଲ ପରିସରରେ ତହସିଲଦାର ଅବନୀ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ୨୪ ତାରିଖରୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ହେବ । ତତ ସହିତ ଜିଲ୍ଲାପାଳଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାଇ ୨୨/୦୪/୨୦୨୧ ଠାରୁ ୧୫/୦୫/୨୦୨୧ ପର୍ଯ୍ୟନ୍ତ ରୀତିନୀତି ବ୍ୟତୀତ ଅଞ୍ଚଳର ସମସ୍ତ ଧର୍ମଅନୁଷ୍ଠାନ ରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ବୋଲି ତହସିଲଦାର ଅବନୀ କୁମାର ସାହୁ କହିବା ସହିତ ଏହାକୁ ଗୁରୁତର ସହ ନେବାକୁ ପରାମର୍ଶ ଦେଇଥିଲେ ।ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇଦେଇଥିଲେ । ଏଥି ସହିତ ଯେଉଁମାନେ ମନ୍ଦିର ସେବା କାର୍ଯ୍ୟରେ ନିୟୋଜିତ ରହିବେ ସେମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହିଛନ୍ତି ତହସିଲଦାର । ଯେଉଁ ସେବାୟତ ମଧ୍ୟ ଏହାର ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର । ଏହାକୁ ନେଇ ସକାଳୁ ସକାଳୁ ତହସିଲଦାର ସମସ୍ତ ସାର୍କିଲ ର ରାଜସ୍ୱ ନିରୀକ୍ଷକଙ୍କୁ କହି ଅଞ୍ଚଳର ପ୍ରତ୍ୟକ ମନ୍ଦିର ପ୍ରଶାସନକୁ ସଚେତନ କରି ମନ୍ଦିର କାନ୍ଥରେ କରୋନା ଗାଇଡ଼ଲାଇନ ବାର୍ତ୍ତା ଲେଖାଥିବା ଲିଫଲେଟ ମାରିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment