ମେଡ଼ିକାଲ ପରିସରରେ ଗଣେଶ ମନ୍ଦିର ପ୍ରତିଷ୍ଠା ।

ଭଞ୍ଜନଗର,୧୭/୦୩(ପିପିଟି);ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ବିଭାଗ ସମ୍ମୁଖରେ ଏକ ଗଣେଷ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ବିଭାଗର ପ୍ରାକ୍ତନ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ଗଣେଷ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଗତବର୍ଷ ସେପ୍ଟମ୍ବର ମାସରୁ ଶ୍ରୀ ମହାନ୍ତି ଅବସର ଗ୍ରହଣ କରିଥିଲେ ମଧ୍ୟ ନିଜ ଚାକିରୀ କାଳର ଅନ୍ତିମ ସମୟ ଏଠାରେ କାଟିଥିବାରୁ ଏହି ବିଭାଗ ସମ୍ମୁଖରେ ଏକ ଗଣେଷ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ନିଷ୍ପତି ନେଇଥିଲେ। ଆଜି ଚକ୍ଷୁ ବିଭାଗ ସମ୍ମୁଖରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏହି ଗଣେଷ ଠାକୁରଙ୍କ ପ୍ରତିମାକୁ ସ୍ଥାପନ କରାଯାଇଥିଲା। ଅନୁଷ୍ଠିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥି ପୌରହିତ୍ୟ କରିଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଏଥିରେ ମେଡିକାଲ୍ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ସୀମାଞ୍ଚଳ ଦାସ,ସୁରେନ୍ଦ୍ର ବିଷୋୟୀ, ଦୀପ୍ତିମୟୀ ମହାନ୍ତି,ପ୍ରଦିପ କୁମାର ପାତ୍ର, ନାରାୟଣ ବେହେରା, ରାକେଶ କୁମାର ତ୍ରିପାଠି ପ୍ରମୁଖ ମେଡିକାଲ୍ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment