ଭଞ୍ଜନଗର, ୧୬/୧୨(ପିପିଟି):ଗଞ୍ଜାମ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଓ ବିଭିନ୍ନ ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ, ଆଟେଣ୍ଡାଣ୍ଟ, ସୁରକ୍ଷା ଓ ସଫେଇ ତଥା ବିଭିନ୍ନ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ବାରା ଦୀର୍ଘଦିନ ହେବ କାର୍ଯ୍ୟ କରି ଆସୁଛନ୍ତି।ସେମାନେ ବିଭିନ୍ନ ସମସ୍ୟା ମଧ୍ୟରେ କାର୍ଯ୍ୟ କରୁଥିଲେ ମଧ୍ୟ ଡେଲି ୱେଜେସ କର୍ମଚାରୀ ହୋଇଥିବାରୁ ନିକଟ ଅତିତରେ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଅନେକ ସୁବିଧା ସୁଯୋଗରୁ ସେମାନେ ବଞ୍ଚିତ ଅଛନ୍ତି। ପୂର୍ବ ଏଜେନ୍ସି ପାଖରେ ଅନେକ ମାସର ଦରମା ଓ ଇପିଏଫ ଏବଂ ଇଏସଆଇ ବାବଦ ଅର୍ଥ ପୈଠ ନ ହୋଇ ବକେୟା ଅଛି । ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟାରେ ଏକ ନୂତନ ସଂସ୍ଥା ଦାୟିତ୍ୱ ଗ୍ରହଣ କରିଥିବାରୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ସମସ୍ତ କର୍ମଚାରୀଙ୍କୁ ବିନା କଟକଣାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟକରିବାର ଅଭିଜ୍ଞତାକୁ ବିଚାର କରି ପୁନଃ ନିଯୁକ୍ତି ଦେବା ପାଇଁ ଅଭିଯୋଗ ଶୁଣାଣି ଶିବିରରେ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ପୂରଣ ନହେଲେ ଆଗାମୀ ଦିନରେ ସଙ୍ଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ଚେତାବନୀ ଦେଇଛନ୍ତି।ଏଥିରେ ହିମାଂଶୁ ଶେଖର ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ,ଅରବିନ୍ଦ ବେହେରା,ପ୍ରମୋଦ ସ୍ୱାଇଁ, ସୁଶାନ୍ତ କୁମାର ଗୌଡ଼ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)