ମେଗା ଜଳ ପ୍ରକଳ୍ପର ଏଣ୍ଟୋକୋଏଲ କାର୍ଯ୍ୟ ସରିବ କେବେ ?

ବୋଲଗଡ଼,୦୩/୦୩(ପିପିଟି): କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ସମମସ୍ତ ଜନସାଧାରଣଙ୍କ ପାନୀୟ ଜଳର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଅଛନ୍ତି। ବୋଲଗଡ ବ୍ଲକ ଅଞ୍ଚଳରେ ନଦୀ ଓ ନାଳ ନଥିବା ବେଳେ ବର୍ଷ ସାରା ପାନୀୟ ଜଳର ଉତ୍କଟ ଅଭାବ ରହିଛି। ଖରା ଦିନରେ ଜଳ ସ୍ତର ତଳକୁ ତଳ ଖସି ଯିବା ଫଳରେ ପାନୀୟ ଜଳର ଅଭାବ ଥିବାରୁ ଜଳ ସମସ୍ୟା ଦୂର ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ଵାରା ୧୯୯୫ ମସିହାରେ କଟକ ଜିଲ୍ଲା ଅନ୍ତର୍ଗତ ବୈଦେଶ୍ୱର ସ୍ଥିତ ମହାନଦୀ କୂଳ ଠାରେ ମେଗା ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀର ୩୭ ଗୋଟି ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏହି ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ୨୦୧୯ ରୁ ଆରମ୍ଭ ହୋଇ ୨୦୨୧ ବର୍ଷରେ କାର୍ଯ୍ୟ ସରିବା ନିମନ୍ତେ ରାଜ୍ୟସରକାରଙ୍କ ପାନୀୟ ଜଳ ଯୋଗାଣ ସଂସ୍ଥା ନିର୍ଦ୍ଦେଶ ଦେଇ ଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମାପ୍ତ ହୋଇ ପାରିଲା ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଅବଧି ବୃଦ୍ଧି କରାଯାଇଛି ବୋଲି ବୋଲଗଡ଼ ବ୍ଲକ ଜଳଯୋଗାଣ ଓ ପରିମଳ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ସୁନିଲ ପ୍ରଧାନ ପ୍ରକାଶ କରିଅଛନ୍ତି। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଖେଇ ଆସୁଥିବାରୁ ପ୍ରକଳ୍ପ କାର୍ଯ୍ୟ ଦିନକୁ ଦିନ ବିଳମ୍ବ ସହିତ ପାନୀୟ ଜଳର ଅଭାବ ଯୋଗୁଁ ଫଳରେ ଜନସାଧାରଣ ଅସନ୍ତୋଷ ଦେଖାଦେଇଛି। ଏହି ଜଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜନସାଧାରଣ ପକ୍ଷରୁ ଅନୁରୋଧ କରିଅଛନ୍ତି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment