ମୃତ ଶିକ୍ଷକଙ୍କ ପରିବାରକୁ ସମବେଦନା।

ବୋଲଗଡ଼,୦୨/୦୨(ପିପିଟି) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସହଜପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଗ୍ରାମ କେଶରୀ ରାୟ ଶନିବାର ଦିନ ଇହଲୀଳା ସମ୍ବରଣ କରିଛନ୍ତି। ସ୍ବର୍ଗତ ରାୟ କିଡନୀ ରୋଗରେ ପୀଡିତ ହୋଇ ଦୀର୍ଘ ୪ବର୍ଷ ଧରି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ହେଲ୍ଥ ଭିଲେଜ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ଶନିବାର ପୂର୍ବାହ୍ନରେ ଏମ୍ସ ହସ୍ପିଟାଲରେ ପହଞ୍ଚାଇବାର କୋଡ଼ିଏ ମିନିଟ୍ ପରେ ତାଙ୍କର ଦେହାନ୍ତ ହୋଇଥିଲା।ଅପରାହ୍ନରେ ତାଙ୍କର ମୃତ ଶରୀରକୁ ଭାପୁର ବ୍ଲକ ଅନ୍ତର୍ଗତ ଜନ୍ମଭୂମି ଚକ୍ରଧର ପ୍ରସାଦକୁ ଅଣାଯାଇ ଶବ ସଂସ୍କାର କରାଯାଇଥିଲା । ସୋମବାର ଦିନ
ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ,କିରାଣୀ ଶେଖ୍ ମୁନିର,ପ୍ରାକ୍ତନ ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା,ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା,ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ସାମଲ,ଶିକ୍ଷକ ସୁକାନ୍ତ କୁମାର ଜେନା ଓ ରାହାସ ବିଶୋଇ ତାଙ୍କ ବାସଗୃହକୁ ଯାଇ ଆତ୍ମୀୟସ୍ଵଜନଙ୍କୁ
ସମବେଦନା ଜଣାଇଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ତାଙ୍କ ସହଧର୍ମିଣୀଙ୍କୁ ସାଧାରଣ ବୀମା ଯୋଜନା ବାବଦ ଦଶ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ସ୍ବର୍ଗତ ରାୟଙ୍କ ଦୁଇ ପୁତ୍ର ନବମ ଓ ସପ୍ତମରେ ଅଧ୍ୟୟନ କରୁଛନ୍ତି । ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ପାଇଁ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment