ମୃତକଙ୍କ ବାସଭବନକୁ ଯାଇ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।

ବୁଗୁଡା,୧୪/୦୧(ପିପିଟି): ବୁଗୁଡ଼ା ବ୍ଲକ୍ ବେଲପଡ଼ା ଗ୍ରାମର ଶୁକଦେବ ସ୍ୱାଇଁ (ବୟସ – ୨୭) ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସେହିଭଳି ପୋଲସରା ବ୍ଲକ୍ କଳମ୍ୱ ଗ୍ରାମର ଜୟନ୍ତ ସାହୁ (ବୟସ – ୩୬) ଛତିଶଗଡ଼ ବିଳାସପୁର କାରଖାନା ଠାରେ କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

Comments (0)
Add Comment