ମୃତକଙ୍କ ପରିବାରବର୍ଗକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।

ପୋଲସରା,୩୦/୦୧(ପିପିଟି):ପୋଲସରା ବ୍ଲକ ସୁନାରିବୁଗୁଡ଼ା ଗ୍ରାମର ଏସ୍.ପାରାମା ପାତ୍ର ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ପୋଲସରା ବ୍ଲକ ମାଳତିବାଡ଼ି ଗ୍ରାମ ର ଅମୁଲି ନାହାକ (ବୟସ – ୪୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ବେଳେ ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମର ଅପସରା ବେହେରା ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comments (0)
Add Comment