ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ବୁଗୁଡା,୧୭/୦୧(ପିପିଟି): ବୁଗୁଡ଼ା ବ୍ଲକ୍ ପୁରୁଣା ଦଦରାଖୋଲ ଗ୍ରାମର ନବଘନ ନାୟକ (ବୟସ – ୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିଭଳି ବୁଗୁଡ଼ା ବ୍ଲକ୍ ତାକରଡ଼ା ଗ୍ରାମ ର ରଞ୍ଜନ କୁମାର ନାୟକ (ବୟସ – ୨୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comments (0)
Add Comment